Advertisment

ପୁଲୱାମା ଘଟଣାକୁ ୪ ବର୍ଷ ବିତିଲା : ଏବେ ବି ଶହୀଦଙ୍କୁ ମିଳିପାରିଲାନି ସମ୍ମାନ

ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍‌ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା

ଅଦ୍ୟତନ ହୋଇଛି
Pulwama Attack 4 Year Anniversary

Saheed

Advertisment

ସେଦିନ ବି ଥିଲା ଫେବୃଆରୀ ୧୪, ଆଜିବି ଫେବୃଆରୀ ୧୪। ସାରା ଦେଶରେ ଭ୍ୟାଲେଣ୍ଟାଇନ ଡେ ପାଳନ ହେଉଥିବା ବେଳେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ। ଜାମ୍ମୁର ପୁଲୱାମାରେ ଘଟଣାଇଥିଲେ ଭୟଙ୍କର କାଣ୍ଡ। ଖାଲି କାଣ୍ଡ କରିନଥିଲେ ବରଂ ୪୦ ବୀର ଯବାନଙ୍କ ପ୍ରାଣ ନେଇଥିଲେ ଆତଙ୍କୀ। ଆଉ ଏହାରି ଭିତରେ ଭୟଙ୍କର ଘଟଣାକୁ ୪ ବର୍ଷ ପୂରିଲାଣି। ଶହୀଦଙ୍କୁ ଉପଯୁକ୍ତ ସମ୍ନାନ ମିଳିନି କି ତାଙ୍କୁ ଠିକ୍‌ରେ ସହାୟତା ବି ମିଳିନି। ଯେଉଁ ପୁଅ ନିଜ ଜୀବନକୁ ବାଜିରେ ଲଗାଇ ଆତଙ୍କୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲା, ୪ ବର୍ଷ ପରେ ବି ସେହି ପୁଅର ପରିବାର ଆଖିରୁ ଶୁଖୁନି ଲୁହ।

Advertisment

ଅଧିକ ପଢ଼ନ୍ତୁ: ପୁଲୱାମା ଘଟଣାକୁ ୪ ବର୍ଷ : ସେଦିନ ଗୋଲାପ ନୁହେଁ ରକ୍ତରେ ଲାଲ୍‌ ହୋଇଥିଲା ଭାରତ

ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀ। ଫୁଲୱାମା ଆତଙ୍କବାଦୀ ହାମ୍‌ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଖାଲି ଏତିକି ନୁହେଁ ବରଂ ପ୍ରସନ୍ନ ପାଠ ପଢିଥିବା ତ୍ରୀଲୋଚନେଶ୍ୱର ବିଦ୍ୟାପୀଠକୁ ତାଙ୍କ ନାମରେ ନାମିତ କରିବା,ଶିଖରଘାଟ ସେତୁକୁ ଶହୀଦଙ୍କ ନାଁରେ ନାମିତ କରିବା ଏବଂ ତାଙ୍କ ପରିବାରକୁ ଜମି ପ୍ରଦାନ କରାଯିବ ବୋଲି ପ୍ରଶାସନ ଓ ରାଜନେତା ମାନେ ଘୋଷଣା କରିଥିଲେ । ହେଲେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ଶହୀଦ ପ୍ରସନ୍ନ ସାହୁଙ୍କ ପତ୍ନୀ ଓ ପୁଅ ।

Advertisment

ବଡ ଦୁଃଖର କଥା ହେଲା, ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ବି ମିଳିନି କୌଣସି ସୁଫଳ। ବରଂ ଗାଁ ଲୋକଙ୍କ ସହଯୋଗରେ ପ୍ରସନ୍ନଙ୍କର କେବଳ ତିଆରି ହୋଇଛି ପ୍ରତିମୂର୍ତ୍ତି। ୨୦୧୯ ମସିହା ଫେବୃୟାରୀ ୧୪ ତାରିଖରେ ଫୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ ପ୍ରସନ୍ନ କୁମାର ସାହୁ । ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଶହୀଦ ପ୍ରସନ୍ନ ସାହୁଙ୍କ ପତ୍ନୀ ମୀନା ସାହୁଙ୍କ ଆଖିରୁ ଲୁହ ଶୁଖିନାହିଁ । ଝିଅ ପାଠ ପଢି ବାହାରେ ଚାକିରୀ କରୁଥିବା ବେଳେ ପୁଅ ଜଗନ କଲେଜରେ ପାଠ ପଢୁଛନ୍ତି । ହେଲେ ଫେବୃୟାରୀ ୧୪ ର ସେହି ଲୋମହର୍ଷଣକାରୀ ଦୃଶ୍ୟ କଥା ମନେପଡିଗଲେ ଆଖିରେ ଆପେ ଆପେ ଲୁହ ଜକେଇଆସେ ମୀନା ସାହୁଙ୍କର । କିନ୍ତୁ ବଡ଼ ବିଡମ୍ବନାର ବିଷୟ ହେଲା ୪ ବର୍ଷ ବିତିଯାଇଥିଲେ ମଧ୍ୟ ଶହୀଦଙ୍କୁ ମିଳିପାରିନି ସମ୍ନାନ।

(ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡାଙ୍କ ରିପୋର୍ଟ)

Pulwama Attack 2019 Pulwama Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ