ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ ରହିବା ପରେ ସ୍ୱାଭାବିକ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା । ଯାତ୍ରୀମାନେ ସୁରୁଖୁରୁରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି । ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବସ୍ ପୁଣି ଚଳାଚଳ ଆରମ୍ଭ କରିଥିବାରୁ ଯାତ୍ରୀ ଆଶ୍ୱସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ବସ୍ ଧର୍ମଘଟ କରିଥିଲା । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଯାତ୍ରୀ।
Also Read
#ସ୍ୱାଭାବିକ_ଯାତ୍ରୀ_ପରିବହନ
— ଓଟିଭି (@otvkhabar) October 21, 2023
ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ ରହିବା ପରେ ସ୍ୱାଭାବିକ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା । ଯାତ୍ରୀମାନେ ସୁରୁଖୁରୁରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁଛନ୍ତି...#BusStrike #Odisha pic.twitter.com/TBFvxTYcp6
ସ୍ଥିତି ସ୍ୱାଭାବିକ କରିବା ଲାଗି ସରକାରଙ୍କ ଉଦ୍ୟମ ପରେ ଗତକାଲି ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଥିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ଧର୍ମଘଟ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ପାରିନଥିଲା ଘରୋଇ ବସ୍ ମାଲିକ ସଂଘ । ଆଲୋଚନା ପରେ, ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ।
ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ ରହିବା ପରେ ସ୍ୱାଭାବିକ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା...#BusStrike #Bhubaneswar #Odisha pic.twitter.com/QJrER8fQDM
— ଓଟିଭି (@otvkhabar) October 21, 2023
ହେଲେ ଜିଲ୍ଲା ସଂଘଗୁଡ଼ିକ ସହ ଆଲୋଚନା ନକରିବା ଯାଏଁ, ଆନ୍ଦୋଳନ ପ୍ରତ୍ୟାହର ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ପରେ ପ୍ରେସମିଟ କରି ଆନ୍ଦୋଳନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ହୋଇଥିବା ନେଇ ସୂଚନା ଦେଇଥିଲେ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ। ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ଆନ୍ଦୋଳନ ସ୍ଥଗିତ ହୋଇଥିବା ସଂଘ କହିଛି। ...