• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀରେ ଆପାର୍ଟମେଣ୍ଟରେ ଚୋରି ପରେ, ବିଶେଷ କରି ମାଲିକ ନ ଥିବା ସମୟରେ ଘରେ ପଶି ଚୋରି ହେବା ପରେ ସତର୍କ ହୋଇଛି କମିଶନରେଟ ପୋଲିସ । ଏଥର ଦଶରାରେ ଲୋକଙ୍କ ଘର ଉପରେ ନିଘା ରଖାଯିବ । ପୋଲିସ ଲୋକଙ୍କ ଘର ଜଗିବ । ଭୁବନେଶ୍ୱର ୨ ନମ୍ବର ଜୋନ୍ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ । ଏହାଦ୍ୱାରା ଆମେ ସଂପୃକ୍ତ ଅଞ୍ଚଳରେ ପିସିଆର ଅଧିକ ବୁଲାଇବୁ ବୋଲି ସେ କହିଛନ୍ତି ।

କିଛି ଦିନ ତଳେ ଇନଫୋସିଟି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଥିଲା । ଏକା ଥରେ ଗୋଟିଏ ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ ଚୋରି ହୋଇଥିଲା। ଝିଅ ବାହାଘର ପାଇଁ ରଖାଯାଇଥିବା ପ୍ରାୟ କୋଟିଏ ଟଙ୍କାର ସୁନା ଅଳଙ୍କାର ନେଇ ଯାଇଥିଲେ । ମାଲିକ ନ ଥିବାର ସୁଯୋଗ ନେଇ ଘରେ ପଶି କଳା କନା ବୁଲାଇଥିଲେ ଦୁର୍ବୃତ୍ତ । ଫାଙ୍କା ଘରକୁ ଚୋରମାନେ ଟାର୍ଗେଟ କରୁଥିବାରୁ ଦଶରା ସମୟରେ ପୋଲିସ ଅଧିକ ନିଘା ରଖିବ ବୋଲି କହିଛି ।