Advertisment

ଜୀବନ ଯିବା ପରେ ଚେତା ପଶିଲା ! ବେଆଇନ ବାଣ ତିଆରି ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ, ୭ ଗିରଫ

କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....

ଅଦ୍ୟତନ ହୋଇଛି
Khordha Firecracker Explosion: Police Raids At Illegal Cracker Manufacturing Units

Khordha firecracker explosion

Advertisment

ଖୋର୍ଦ୍ଧା ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ଜୀବନ ଯିବା ପରେ ମୃତ୍ୟୁ ସଂଖ୍ୟା ୫କୁ ଛୁଇଁଛି । ହସପିଟାଲରେ ସଂକଟାପନ୍ନ ଅବସ୍ଥାରେ ଏବେ ବି ଦୁଇଜଣ ଜୀବନ ସହ ସଂଘର୍ଷ କରୁଛନ୍ତି । ସେପଟେ ଚୋର ଗଲା ପରେ ବୁଦ୍ଧି ଦିଶିଲା ପରି ଏଇ ଘଟଣା ପରେ ତତ୍ପର ହୋଇ ଜିଲ୍ଲାରେ ଆତସବାଜୀ ପ୍ରଦର୍ଶନ ଉପରେ ରୋକ ଲଗାଇଛି ପ୍ରଶାସନ। ଏଥିସହ ବେଆଇନ ବାଣ ତିଆରି ଚାଲିଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ଜଣଙ୍କୁ ଗିରଫ କରିଛି ।

Advertisment

ଅଧିକ ପଢ଼ନ୍ତୁ: କାହା ଭୁଲରୁ ଘଟୁଛି ପ୍ରାଣଘାତୀ ବାଣ ବିସ୍ଫୋରଣ ? ସପ୍ତାହକରେ ଗଲାଣି ୭ ଜୀବନ

ଭୂଷଣ୍ଡପୁର ବାଣ ବିସ୍ଫୋରଣର ଦିନକ ପରେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଏସପି, ଏଡିଏମ, ଜିଲ୍ଲାର ସବୁ ଥାନାଧିକାରୀଙ୍କ ସହ ଜରୁରୀ ବୈଠକ କରିଛନ୍ତି । ତା’ ପରେ ଜିଲ୍ଲାପାଳ କହିଛନ୍ତି, ଭୂଷଣ୍ଡପୁରରେ ବିନା ଅନୁମତିରେ ବାଣ ତିଆରି ଓ ପ୍ରସ୍ତୁତି ଚାଲିଥିଲା । ହେଲେ ବାଣପାଇଁ କଞ୍ଚାମାଲ କେଉଁଠୁ ଆସିଥିଲା ତାର ତଦନ୍ତ ହେବ । ସେହିପରି ଆଗକୁ ଥିବା ପଞ୍ଚଦୋଳ, ଦଶ ଦୋଳ ଓ ଫୁଲ ଦୋଳରେ ଆତସବାଜୀ ପ୍ରଦର୍ଶନ ଉପରେ କଟକଣା ସାଙ୍ଗକୁ ଜୀବନ ପ୍ରତି ବିବଦ ଥିବା ବାଣକୁ ଅନୁମତି ଦିଆଯିବନି ବୋଲି କହିଛନ୍ତି ଜିଲ୍ଲାପାଳ ।...

Advertisment

ଅପରପକ୍ଷେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ପୋଲିସ ପକ୍ଷରୁ ଆଜି ଜିଲ୍ଲାର ୧୭ଟି ସ୍ଥାନରେ ଚଢ଼ାଉ କରି ୬୨ କେଜି ବିସ୍ଫୋରକ ଜବତ ସହ ବେଆଇନ ବାଣ ତିଆରି କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି।...

ଏପଟେ ଆସନ୍ତା ୧୨ ଓ ୧୩ ତାରିଖରେ ବାଣପୁରର ଐତିହାସିକ ପଞ୍ଚୁଦୋଳରେ ଆତସବାଜି ପ୍ରତିଯୋଗିତାର ପରଂପରା ଥିବାରୁ ଜିଲ୍ଲାପାଳଙ୍କ ବୈଠକ ପରେ ପରେ ସେଠି ପହଞ୍ଚିଯାଇଥିଲେ ଉପ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ । ପଞ୍ଚଦୋଳ କମିଟି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବୃହତ୍ତର ସ୍ୱାର୍ଥକୁ ଦେଖି ଜିଲ୍ଲା ପ୍ରଶାସନର କଟକଣା ମାନିବାକୁ ପରାମର୍ଶ ଦେଇଥିଲେ ଉପ ଜିଲ୍ଲାପାଳ।...

Advertisment
Fire Mishap Firecracker Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ