• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରତ୍ୟେକ ଦିନ ଇଣ୍ଟରନେଟ୍‌ରେ କିଛି ନା କିଛି ନୂଆ ଫଟୋ ଦେଖିବାକୁ ମିଳେ । ସେଥିରୁ କିଛି ଫଟୋ ଚର୍ଚ୍ଚା ମଧ୍ୟ ସାଉଁଟିଥାଏ । ସେହି ସବୁ ଫଟୋରେ ଏମିତି କିଛି ତତ୍ୱ ଥାଏ, ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମନକୁ ବି ଛୁଇଁଥାଏ । ଠିକ୍‌ ସେମିତି ଏକ ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ।

ଏହି ଫଟୋକୁ ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଯେତେ ଦେଖିଲେ ବି ମନ ଭରୁନି । ଫଟୋକୁ ଉତ୍ତୋଳନ କରିଛନ୍ତି ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ନିମା ସରିଖାନୀ । ତେଣୁ ତାଙ୍କ ନାଁ ମଧ୍ୟ ଏବେ ଖୁବ୍‌ ଚର୍ଚ୍ଚାରେ । ସେହି ଫଟୋ ପାଇଁ ତାଙ୍କୁ ୨୦୨୪ରେ ‘ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଅଫ୍‌ ଦି ଇୟର’ ଭାବେ ବିବେଚନା କରାଯାଇଛି । ଏମିତିକି ୱାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ଅଫ୍‌ ଦି ଇୟର ପିପୁଲ୍ସ ଚଏସ୍ ଆୱାର୍ଡରେ ତାଙ୍କୁ ସମ୍ମାନିତ କରାଯାଇଛି ।

ପ୍ରତିବର୍ଷ ଏହି ପ୍ରତିଯୋଗିତା ହୋଇଥାଏ

ତିନି ଦିନ ଧରି ନରୱେ ଦ୍ୱୀପପୁଞ୍ଜରେ ରହି ପୋଲାର ବିୟର ଖୋଜିବା ପରେ ନିମା ଏହି ଚିତ୍ରକୁ କ୍ୟାମେରାରେ କଏଦ କରିଥିଲେ । ପ୍ରତିବର୍ଷ ଜାତୀୟ ଇତିହାସ ସଂଗ୍ରହାଳୟ ବା ନାସନାଲ ହିଷ୍ଟ୍ରି ମ୍ୟୁଜିୟମ୍‌ ଦ୍ୱାରା ଏହି ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଆୟୋଜକମାନେ ଏହି ଫଟୋଗୁଡ଼ିକୁ ନେଇ ଏକ ବ୍ଲଗ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଆଇସ୍ ବେଡ୍ ଜିତିଲା ଟାଇଟଲ୍

ସରିଖାନିଙ୍କ ଦ୍ୱାରା ଉଠାଯାଇଥିବା ଏହି ଫଟୋକୁ ‘ଆଇସ୍‌ ବେଡ୍‌’ର ନାଁ ଦିଆଯାଇଛି । ପ୍ରାୟ ୭୫ ହଜାର ଲୋକ ଏହି ଫଟୋକୁ ଭୋଟ ଦେଇ ଜିତାଇଛନ୍ତି । ଜିତିବା ପରେ ନିଜର ଖୁସି ଜାହିର କରିଛନ୍ତି ୱାଇଡ୍‌ଲାଇଫ୍‌ ଫଟୋ ଗ୍ରାଫର ସରିଖାନୀ ।

ସେ ଆହୁରି କହିଛନ୍ତି, ‘ଜଳବାୟୁ ପରିବର୍ତ୍ତନ ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ମୁଁ ଆଶା କରୁଛି ଏହି ଚିତ୍ର ଲୋକମାନଙ୍କ ମଧ୍ୟରେ ଆଶାର କିରଣ ଆଣିବ । ଆମ ଦ୍ୱାରା ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପରିବେଶକୁ ଆମେ ଚାହିଁଲେ ସମାଧାନ କରିପାରିବା । ଏବେ ବି ସମୟ ଅଛି ।

ଏହି ପ୍ରତିଯୋଗିତାରେ ସାରା ବିଶ୍ୱରୁ ଲୋକମାନେ ଅଂଶଗ୍ରହଣ କରିଥିଲେ । ସେମାନଙ୍କର ଫଟୋ ଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।