• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ତେବେ ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ କରିବ କେବଳ ଗୁରୁବାରକୁ ଛାଡି ।

କେବଳ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଉଦଘାଟନ ହେଉଛି ତାହା ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁସାରେ, ପୁରୀ ଓ କଟକ ରେଳଷ୍ଟେସନର ପୁନଃବିକାଶ କାର୍ଯ୍ୟର ଶିଳାନ୍ୟାସ ସହ ଓଡ଼ିଶାରେ ରେଳ ନେଟୱର୍କର ଶତ ପ୍ରତିଶତ ବିଦ୍ୟୁତୀକରଣକୁ ଲୋକାର୍ପଣ କରିବେ ମୋଦି ।

ଅପରାହ୍ନ ସାଢ଼େ ୧୨ଟାରେ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡରେ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଲୋକାର୍ପଣ କରିବା ସହ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୁନଃବିକାଶ ହେଉଥିବା ଷ୍ଟେସନ ଗୁଡ଼ିକରେ ରେଳଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ଆଧୁନିକ ସୁବିଧା-ସୁଯୋଗ ପ୍ରଦାନର ବ୍ୟବସ୍ଥା ରହିବ । ଖାଲି ଏତିକି ନୁହେଁ ବରଂ ଏହାସହ ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ନୂଆ ବ୍ରଡଗଜ ରେଳଲାଇନ୍‌, ମନୋହରପୁର-ରାଉରକେଲା-ଝାରସୁଗୁଡ଼ା-ଜାମଗା ମଧ୍ୟରେ ତୃତୀୟ ଲାଇନ୍ ଏବଂ ବିଛୁପାଲି-ଝାରତରଭା ମଧ୍ୟରେ ନୂଆ ବ୍ରଡ୍ ଗଜ୍ ଲାଇନର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।