• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଟକ ସହରରେ ଦୀର୍ଘ ବର୍ଷ ଧରି ଚାଲିଥିବା ଜାଇକା ଡ୍ରେନ ନିର୍ମାଣ କାମ ତୁରନ୍ତ ଶେଷ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହିନ୍ଦୁସେନା ରାଜ୍ୟ ସଭାପତି ଦେବାଶିଷ ରାଉତଙ୍କ ପକ୍ଷରୁ ଦାୟର ମାମଲାରେ ନଗର ଉନ୍ନୟନ ସଚିବ, ସାଧାରଣ ପ୍ରଶାସନ ସଚିବ, ଜାଇକା କର୍ତ୍ତପକ୍ଷ, କଟକ ଜିଲ୍ଲାପାଳ ଓ CMC କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଗତ ୨୦୧୨ ମସିହାରେ ଆରମ୍ଭ ହୋଇଥିବା ଜାଇକା ପ୍ରକଳ୍ପ ନିର୍ମାଣ କାମ ୪ ବର୍ଷରେ ଶେଷ କରିବାକୁ ଚୁକ୍ତି ହୋଇଥିଲା। ଏହାମଧ୍ୟରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହେବାର ନାଁ ନେଉନାହିଁ । ଏହି ନିର୍ମାଣ ଯୋଗୁଁ କଟକ ସହରର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି, ଯାତାୟତରେ ସହରବାସୀ ଅନେକ ସମସ୍ୟା ଭୋଗୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

ଚଳିତ ବର୍ଷ ଏହି ପ୍ରକଳ୍ପ ଯୋଗୁଁ ୪ ଜଣ ପ୍ରାଣ ହରାଇଛନ୍ତି । ଏହି ନିର୍ମାଣ କାମରେ ଅସ୍ଥାୟୀ ଏବଂ ଅଣପଞ୍ଜିକୃତ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି । ସେମାନଙ୍କ ମଧ୍ୟରୁ କେହି କାମ କରୁଥିବା ସମୟରେ ଆହତ ହେବା କିମ୍ବା ମୃତ୍ୟୁବରଣ କଲେ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନାହିଁ ବୋଲି ଅଭିଯୋଗ ହେଉଛି।

  • Reported by:
  • GAUTAM PANDA