Advertisment

ବାସି ଭୋଗ ଖାଇବା ହେଲା କାଳ, ୫୫ରୁ ଅଧିକ ଲୋକ ଗୁରୁତର

ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା

author-image
Prangyan Parimita
ଅଦ୍ୟତନ ହୋଇଛି
People Fall Sick After Consuming Stale Ganesh Puja Bhog

Over 50 people fall sick after consuming Puja ‘bhog’

ଗଣେଶ ପୂଜାର ବାସି ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ। ବୌଦ୍ଧ ହରଭଙ୍ଗା ମୁଷାଡ଼ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୁଷାଡ଼ ଗାଁରେ ୫୫ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଏକକାଳୀନ ଏତେ ଲୋକ ଅସୁସ୍ଥ ହୋଇପଡିବା ଦେଖି ଲୋକେ ଛାନିଆ ହୋଇ ଯାଇଥିଲେ । ପରେ ପରିବାଲ ଲୋକେ ସେମାନଙ୍କୁ ତୁରନ୍ତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ।

Advertisment

ପରିସ୍ଥିତି ଏପରି ହେଲା ଯେ ଚାହୁଁ ଚାହୁଁ କିଛି ସମୟ ମଧ୍ୟରେ ନିକଟତମ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଶଯ୍ୟା ପୂରିଗଲା। ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବୌଦ୍ଧ ମେଡିକାଲରେ ଥିବା ସମସ୍ତ ଡାକ୍ତରଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ଡକା ଯାଇଥିଲା।

ସେପଟେ ବୌଦ୍ଧ ଉପଜିଲ୍ଲାପାଳ ମେଡିକାଲରେ ପହଞ୍ଚି ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହିତ ମେଡିକାଲ ଟିମକୁ ପୁରା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ନର୍ସ ଓ କର୍ମଚାରୀ ମଧ୍ୟ ତତ୍ପର ଅଛନ୍ତି । ସମସ୍ତ ଆମ୍ବୁଲାନ୍ସକୁ ଜରୁରୀ କାଳୀନ ଭିତ୍ତିରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

Advertisment

ସେପଟେ ଆନନ୍ଦପୁରରେ ଖାଦ୍ୟ ବିଷକ୍ରିୟାରୁ ୧୧ ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସମସ୍ତ ଅସୁସ୍ଥଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥ ୧୧ ଜଣ ନନ୍ଦିପଦା ଥାନା ଅମୃତପୁର ଗାଁର ବୋଲି ଜଣାପଡ଼ିଛି । ଅସୁସ୍ଥଙ୍କ ମଧ୍ୟରେ ୬ ଜଣ ବୟସ୍କ ଓ ୫ ଜଣ ଶିଶୁ ଅଛନ୍ତି ।

Tragic Incident
Advertisment
Advertisment