• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବରଗଡରେ ସ୍କ୍ରବ ଟାଇଫସ ଆତଙ୍କ ଖେଳାଇଛି । ସ୍କ୍ରବ ଟାଇଫସ( Scrub Typhus) ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା । ଏପଟେ ପୁଣି ନୂଆ ଚାରି ଜଣ ରୋଗୀ ହୋଇଛନ୍ତି ଚିହ୍ନଟ l ବରଗଡ଼ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ବିଷାକ୍ତ କୀଟ କାମୁଡ଼ା ଶିକାର ହୋଇ ୫ ଜଣଙ୍କର ମୃତ୍ୟୁ ହୋଇଛି ।ବରଗଡ଼ ଜିଲ୍ଲାର ଅତାବିରା, ଭେଡେନ, ବରପାଲିର ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ସୋହେଲା ବ୍ଲକ ଅଞ୍ଚଳରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ବେସରକାରୀ ହସ୍ପିଟାଲ ଓ କ୍ଲିନକରେ ଚିକିତ୍ସିତ ହେଉଥିଲେ । ବରଗଡ ଜିଲ୍ଲାରେ ଅଗଷ୍ଟ ୨୩ ତାରିଖ ସୁଦ୍ଧା ୧୭୮ଜଣଙ୍କ ମଧ୍ୟରୁ ୩ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି । ସେପ୍ଟେମ୍ବର ମାସ ୧୩ ତାରିଖ ସୁଦ୍ଧା ୧୨୭ଜଣଙ୍କ ଟେଷ୍ଟ ପରେ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହି ୪ ଜଣ ସୁସ୍ଥ ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ।

କେବଳ ବରଗଡ଼ ଜିଲ୍ଲାରେ ନୁହେଁ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ତେବେ ଏହାର ମଧ୍ୟ ସାଧାରଣ ଜ୍ଵର ପରି ଲକ୍ଷଣ ରହୁଥିବାରୁ ଠିକ ସମୟରେ ପରୀକ୍ଷା କରାଇବା ସହ ଔଷଧ ଖାଇବାକୁ ପରାମର୍ଶ ଦେଇଛନ୍ତି ।

କେଉଁଠି ଦେଖାଯାଆନ୍ତି ସ୍କ୍ରବ ଟାଇଫସ କୀଟ ?

ସ୍କ୍ରବ ଟାଇଫସ କୀଟ  ଚାଷ ଜମିରେ ସାଧାରଣତଃ ଦେଖିବାକୁ ମିଳିଛି । ବର୍ତ୍ତମାନ ଚାଷ କାମ ଜୋରସୋରରେ ଚାଲିଥିବା ବେଳେ ଜମିକୁ ଯାଉଥିବାରୁ ଏହି କୀଟ ଚାଷୀଙ୍କୁ କାମୁଡ଼ୁଥିବା ସୂଚନା ମିଳିଛି । ସର୍ବସାଧାରଣ ପୋଖରୀ, ବିଲ ଓ ଜଙ୍ଗଲକୁ ଯାଉଥିବା ଲୋକ ଏଥିରେ ଆକ୍ରାନ୍ତ ହୋ‌ଇଥାନ୍ତି  ଏନେଇ ଲୋକଙ୍କୁ ସଚେତନ ରହିବାକୁ ଡାକ୍ତରଙ୍କ ପରାମର୍ଶ ଦେଇଛନ୍ତି ।

ଲକ୍ଷଣ କ’ଣ ? 

ସ୍କ୍ରବ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ହଠାତ୍‌ ଜ୍ୱର, ଥଣ୍ଡା, ତଳିପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଦେଇଥାଏ । କୀଟ କାମୁଡ଼ିଥିବା ସ୍ଥାନ ନାଲି ପଡ଼ି ଯାଇ ଏକ ଫୋଟକା ପରି ଦେଖାଯାଏ । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି।