• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସ୍ୱାଧୀନତା ଦିବସ ପାଇଁ ଆଜି ସବୁଠି ଉତ୍ସବ ଓ ଉତ୍ସାହ । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ । ସେ ମଧ୍ୟ ଗାନ କରିଛନ୍ତି ଜାତୀୟ ସଙ୍ଗୀତ- ଜନ ଗଣ ମନ । ଲିସା ହେଉଛନ୍ତି ଭାରତର ପ୍ରଥମ ଏ.ଆଇ. ଆଙ୍କର, ଯିଏକି ଜାତୀୟ ସଙ୍ଗୀତ ଗାନ କରୁଛନ୍ତି ।

ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ସଗର୍ବେ, ସଗୌରବେ ଉଡ଼ିଛି ତ୍ରିରଙ୍ଗା । ବିଭିନ୍ନ ସ୍ଥାନରେ ନିଆରା ଶୈଳୀରେ, ରୋଚକ ଢଙ୍ଗରେ ପାଳନ ହୋଇଛି ୭୭ତମ ସ୍ୱାଧୀନତା ଦିବସ ।

୭୭ତମ ସ୍ୱାଧୀନତା ଦିବସ ଅବସରରେ ପାଣି ଭିତରେ ତ୍ରିରଙ୍ଗା ଉଡ଼ାଇଛନ୍ତି ଭାରତୀୟ ତଟରକ୍ଷୀ ବାହିନୀର ବୀର ଯବାନ । ତାମିଲନାଡୁ ରାମେଶ୍ୱରମ ନିକଟରେ ସମୁଦ୍ର ଭିତରେ କୋଷ୍ଟଗାର୍ଡର ୪ ଜଣ ଯବାନ ଏକାଠି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।

ତେଣେ ଭାରତ-ପାକିସ୍ତାନ ସୀମାର ୱାଘା ଅଟାରୀ ବର୍ଡର୍, ପାକିସ୍ତାନ ସୀମାକୁ ଲାଗିଥିବା ଜାମ୍ମୁ-କାଶ୍ମୀରର ଉରି ଏବଂ ଚୀନ୍ ସୀମାବର୍ତ୍ତୀ ଲେହରେ ବି ଦେଖିବାକୁ ମିଳିଛି ଦେଶଭକ୍ତିର ସ୍ପର୍ଦ୍ଧା । ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କ୍ଷେତ୍ରରେ ଓଡ଼ିଶା ବି ଦେଖାଇଛି କରିସ୍ମା ।