• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡିଶା ରେରାରେ ଖୋଲିଲା କନସିଲିଏସନ୍ ଆଣ୍ଡ ଡିସ୍ପ୍ୟୁଟ୍ ରିଜୋଲ୍ୟୁସନ ବା CDR  ସେଲ୍। ସହଜ ହେବ ବାସଗୃହ କ୍ରେତାଙ୍କ ଅଭିଯୋଗ ସମାଧାନ। ରେରା କୋର୍ଟଙ୍କ ବିନା ହସ୍ତକ୍ଷେପରେ ହୋଇପାରିବ ଆପାର୍ଟମେଣ୍ଟ ବିବାଦର ଅନ୍ତ। ବିଲ୍ଡରଙ୍କ ସହ ଆପୋଷ ବୁଝାମଣାରେ ନିଜ ଅଭିଯୋଗର ସମାଧାନ କରିପାରିବେ ବାସଗୃହ କ୍ରେତା।

୫ ଜଣିଆ ସଦସ୍ୟ ବିଶିଷ୍ଟ ସିଡିଆର୍ ସେଲରେ ଓରେରା ସଚିବ, ଯୁଗ୍ମ ସଚିବ ଓ ଜଣେ ଆଇନ ପରାମର୍ଶଦାତାଙ୍କ ସହ ଶିଳ୍ପସଂଘ କ୍ରେଡାଇ ଓ ବାସଗୃହ କ୍ରେତା ଆସୋସିଏସନର ଜଣେ ଲେଖାଏଁ ପ୍ରତିନିଧି ରହିବେ। ଏବେ ପ୍ରଶ୍ନ, କେଉଁ ସବୁ ମାମଲା ସିଡିଆର୍ ସେଲକୁ ଯିବ ? କିଭଳି କାମ କରିବ ଏ ସେଲ୍ ? ଓରେରା କୋର୍ଟ ଯେକୌଣସି ମାମଲାକୁ ସିଡିଆର୍ ସେଲକୁ ପଠାଇ ପାରିବେ। ଅଥବା କୌଣସି ପକ୍ଷ ଆପୋଷ ବୁଝାମଣା ଜରିଆରେ ମାମଲାର ସମାଧାନ ଚାହାନ୍ତି, ତାହେଲେ ମଧ୍ୟ ମାମଲା ସିଡିଆର୍ ସେଲକୁ ଯିବ।

ଉଭୟ ପକ୍ଷର ସହମତି ପରେ ସିଡିଆର ସେଲ ମାମଲାର ସମାଧାନ ପାଇଁ ମଧ୍ୟସ୍ଥତା କରିବ। ଯଦି ବୁଝାମଣା ଜରିଆରେ ମାମଲାର ସମାଧାନ ହୋଇଯାଏ, ଏହାକୁ ଲିଖିତ ଆକାରରେ ଚୁକ୍ତିବଦ୍ଧ କରାଯିବ। ନଚେତ୍ ମାମଲା ବିଚାର ଲାଗି ପୁଣିଥରେ ରେରା କୋର୍ଟକୁ ଫେରିଯିବ।

ଓଡ଼ିଶା ରେରାର ସିଡିଆର୍ ସେଲ୍ ଭଳି ପଦକ୍ଷେପକୁ ସ୍ୱାଗତ କରିଛି ରିଅଲ ଇଷ୍ଟେଟ୍ ଶିଳ୍ପସଂଘ- କ୍ରେଡାଇ । ସଂଘ କହିଛି, ସାଧାରଣତଃ କୋର୍ଟରେ ମାମଲା ବିଚାର ଦ୍ୱାରା ଛୋଟ ମାମଲା ବି ଲମ୍ବା ସମୟ ଚାଲେ। ଏହାଯୋଗୁ ଉଭୟ ପକ୍ଷ କ୍ଷତିଗ୍ରସ୍ତ ହୋଇଥାନ୍ତି। ସିଡିଆର୍ ସେଲ ଜରିଆରେ ଆପୋଷ ବୁଝାମଣାରେ ମାମଲାର ସମାଧାନ ଉଭୟ ବାସଗୃହ କ୍ରେତା ଓ ରିଅଲ ଇଷ୍ଟେଟ୍ ପାଇଁ ଲାଭଦାୟକ ହେବ।

ଏପଟେ ରିଅଲ୍ ଇଷ୍ଟେଟ୍ କର୍ମୀଙ୍କ ଯୁକ୍ତି, ୭ ବର୍ଷ ତଳୁ ସିଡିଆର୍ ସେଲ ଗଠନ ହେବାର ଥିଲା । ଓରେରା ସୁପାରିଶରେ ରାଜ୍ୟ ସରକାର ସିଡିଆର୍ ସେଲ ଗଠନ କରିବା କଥା । ହେଲେ ସରକାରଙ୍କ ବିନା ଅନୁମତିରେ ରେରା ପକ୍ଷରୁ ଗଠନ ହୋଇଥିବା ଏ ସିଡିଆର୍ ସେଲ୍ ବାସ୍ତବରେ କେତେ କାର୍ଯ୍ୟଦକ୍ଷ ହୋଇପାରିବ, ତାହା ଏବେ ସନ୍ଦେହରେ । 

ପ୍ରତି ମାସରେ ଓଡ଼ିଶା ରେରା କୋର୍ଟକୁ ୪୫ରୁ ୬୦ ବାସଗୃହ ବିବାଦ ମାମଲା ଆସୁଛି । ଏଭଳି କ୍ଷେତ୍ରରେ ନବଗଠିତ ସିଡିଆର୍ ସେଲ, କେତେଦୂର ତ୍ୱରିତ୍ ମାମଲାର ସମାଧାନ କରୁଛି, ତାହା ଉପରେ ସଭିଙ୍କ ନଜର।

  • Reported by:
  • KAPILENDRA PRADHAN