• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଅଡ଼ୁଆ । ଦେଓମାଳି ଶିଖରର ପାଖାପାଖି ୨୬ ଏକର ଜଙ୍ଗଲ ଜମିରେ ସ୍ଥାୟୀ କଂକ୍ରିଟ ନିର୍ମାଣକୁ ବିରୋଧ କରି NGTରେ ମାମଲା ଦାୟର ହୋଇଛି । ୱାଇଲ୍ଡ ଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା ପକ୍ଷରୁ ଏହି ମାମଲା ଦାଏର ହୋଇଛି।

ଅଭିଯୋଗ ଅନୁସାରେ ଦେଓମାଳି ପାହାଡ଼ ଶିଖର ଜୈବ ବିବିଧତା ଐତିହ୍ୟ ସ୍ଥଳୀ ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ସମେତ ୮୪ ପ୍ରକାର ଔଷଧିୟ ବୃକ୍ଷ ରହିଛି । ତେଣୁ ଏଠାରେ କଂଙ୍କ୍ରିଟ ନିର୍ମାଣ କଲେ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି ।

ଏହାର ଶୁଣାଣି କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ଜୈବ ବିବିଧତା ବୋର୍ଡ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀ, ସିମିଳିଗୁଡା ରେଞ୍ଜ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ଏନଜିଟି । ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ଅଛି । ...