/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701158577.jpg)
Zero fatality week
ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପୁଣି ଥରେ ପାଳନ ହେବ ଜିରୋ ଫାଟାଲିଟି ୱିକ୍। ୨୦୨୩ ଏପ୍ରିଲ ପ୍ରଥମ ସପ୍ତାହରେ ଜିରୋ ଫାଟାଲିଟି ୱିକ୍ ପାଳନ ବେଳେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୮.୬ ପ୍ରତିଶତ କମିଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ । ଏନେଇ ସବୁ ଜିଲ୍ଲାପାଳ ଏସପି ଓ RTOଙ୍କୁ SOP ଜାରି କରିଛି ପରିବହନ ବିଭାଗ ।
ପରିବହନ ବିଭାଗ ଏନେଇ ଜାରି କରିଥିବା ଚିଠିରେ କୁହାଯାଇଛି, ଗତ ୧୦ ବର୍ଷରେ ରାଜ୍ୟରେ ୪୮ ହଜାର ଲୋକଙ୍କ ଜୀବନ ନେଇଛି ସଡ଼କ ଦୁର୍ଘଟଣା । ଅର୍ଥାତ ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି। ସେହିପରି କେବଳ ଚଳିତବର୍ଷ ପ୍ରଥମ ୯ ମାସରେ ଅର୍ଥାତ ଜାନୁଆରୀରୁ ସେପ୍ଟେମ୍ୱର ମଧ୍ୟରେ ସଡ଼କ ଦୁର୍ଘଟଣା ଯୋଗୁଁ ୪ ହଜାର ୧୭୮ ଜଣଙ୍କ ମୃତ୍ୟୁ ହୋଇଛି।
ଯାହାକି ୨୦୨୨ର ଏହି ସମୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ହଜାର ୯୮୩ ଜଣ ଲୋକଙ୍କ ତୁଳନାରେ ୪.୯ ପ୍ରତିଶତ ଅଧିକ । ତେବେ ଏହାକୁ ଦୃଷ୍ଟିରେ ରଖି ପୁଣିଥରେ ଜିରୋ ଫାଟାଲିଟି ୱିକ୍ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)