ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ । ଆଜି ମାଲକାନଗିରିରେ ଏହି ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାରେ ଆଜି ୩୬ଟି ଲକ୍ଷ୍ମୀ ବସ୍ ଗଡ଼ିଛି। ଏହି ୩୬ଟି ବସ ଜିଲ୍ଲାର ୧୧୧ଟି ପଞ୍ଚାୟତ ସହ ଯୋଡ଼ି ହେବ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବା ଆରମ୍ଭ ହେବାକୁ ଯାଉଛି।
ମାଲକାନଗିରି ପରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବି ଆରମ୍ଭ ହେବ ଲକ୍ଷ୍ମୀ ବସ୍ ଯୋଜନା। ଏହିସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରୁ ପଞ୍ଚାୟତ ଯାଏଁ ସେବା ଦେବ ଲକ୍ଷ୍ମୀ ବସ୍। ଆଜି ଯୋଜନାର ଶୁଭାରମ୍ଭ ଅବସରରେ ଲକ୍ଷ୍ମୀ ବସ୍ ଘରେ ଘରେ ଖୁସି ଆଣିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Also Read
‘ଏହା ଗାଁ ଗାଁରେ ସମୃଦ୍ଧି ଆଣିବ, ଅର୍ଥନୀତିକୁ ସୁଦୃଢ଼ କରିବ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।...
ସେପଟେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି- ଏଭଳିଯୋଜନା କରି ରାଜ୍ୟ ସରକାର ମିଛ ବାହା ବା ନେବାକୁ ଯାଉଛନ୍ତି। କେନ୍ଦ୍ର ସରକାର ବିଭିନ୍ନ
ଯୋଜନାରେ ବସ୍ ଯୋଗାଇବାକୁ ଚାହୁଁଥିଲେ ବି ଓଡ଼ିଶା ଆଣୁନାହିଁ।
ଅନ୍ୟପଟେ କଂଗ୍ରେସ କହିଛି ନିର୍ବାଚନକୁ ଆଖିରେ ରଖି ଏଭଳି ଯୋଜନା । ପୂର୍ବରୁ ବିଜୁ ଗାଁ ଗାଡ଼ି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶରତ ପଟ୍ଟନାୟକ।...