/odishatv-khabar/media/post_attachments/uploadimage/library/16_9/16_9_0/IMAGE_1683280402.jpg)
kendu leaf pluckers
କେନ୍ଦୁପତ୍ର ତୋଳାଳି (Kendu leaf pluckers)ଙ୍କ ପାଇଁ ଘୋଷଣା ହେଲା ସହାୟତା । ପ୍ରତ୍ୟେକ ତୋଳାଳିଙ୍କୁ ମିଳିବ ହଜାର ଟଙ୍କାର ଆର୍ଥିକ ସହାୟତା । ଏଥି ସହ ପାଣି ବୋତଲ ଓ ଚପଲ ପାଇଁ ୩୬୦ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ପ୍ରତ୍ୟେକ ବନ୍ଧାଳୀ ଓ ସିଜିନାଲ ଷ୍ଟାଫଙ୍କୁ ଆର୍ଥିକ ସହାୟତା ଭାବରେ ୧୫୦୦ ଟଙ୍କା ଦିଆଯିବ ।
ରାଜ୍ୟ ସରକାର ଏଥି ପାଇଁ ୧୧୧ କୋଟି ଟଙ୍କାର ସହାୟତା ଦେଇଛନ୍ତି । ଫଳରେ ପ୍ରାୟ ୮ ଲକ୍ଷରୁ ଅଧିକ କେନ୍ଦୁପତ୍ର ହିତାଧିକାରୀ ଏହା ଦ୍ୱାରା ଉପକୃତ ହେବେ।ଦ୍ୱିତୀୟ ପର୍ଯ୍ୟାୟରେ ଏହି ସହାୟତା ରାଶି ଘୋଷଣା ହୋଇଛି । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୮୩ କୋଟି ଟଙ୍କାର ସହାୟତା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି ।
ଦୁଇଟି ପର୍ଯ୍ୟାୟକୁ ମିଶାଇ କେନ୍ଦୁପତ୍ର ହିତାଧିକାରୀମାନେ ୧୯୪ କୋଟି ଟଙ୍କାର ସହାୟତା ପାଇବେ । ଗୋଟିଏ ଫସଲ ବର୍ଷରେ ଏପରି ସହାୟତା ଏକ ସର୍ବକାଳୀନ ରେକର୍ଡ । କେନ୍ଦୁପତ୍ର ସଂଗ୍ରହ ହେଉଥିବା ରାଜ୍ୟର ୨୨ଟି ଜିଲ୍ଲା ମଧ୍ୟରୁ ଝାରସୁଗୁଡା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ହିତାଧିକାରୀମାନେ ଏହି ସହାୟତା ପାଇବେ । ନିର୍ବାଚନ ଆଚରଣ ବିଧି ଉଠିବା ପରେ ଝାରସୁଗୁଡାର ହିତାଧିକାରୀମାନଙ୍କୁ ଏହି ସହାୟତା ମିଳିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)