ନନ୍ଦନକାନନରେ ନାଇଟ୍‌ ଟ୍ରିପ୍ ! ପର୍ଯ୍ୟଟକଙ୍କ ପାଇଁ ଅଙ୍କା ହେଉଛି ମାଷ୍ଟର ପ୍ଲାନ୍‌

କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ୧୦୪୩ ହେକ୍ଟରକୁ କଳେବର ବଢ଼ିବ ।

Nandankanan

ପର୍ଯ୍ୟଟକଙ୍କ ପାଇଁ ଆହୁରି ହେଲା ସୁବିଧା । ଏଣିକି ଦିନରେ ବୁଲିବା ସହ ରାତିରେ ବି ବୁଲିବାର ମଜା ଉଠାପାରିବେ ପର୍ଯ୍ୟଟକ । ଆମେ କହୁଛୁ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କଥା । ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏଭଳି ନୂଆ ବ୍ୟବସ୍ଥା ।

ଏବେ ସଂଧ୍ୟା ୫ଟା ହେଳେ ବନ୍ଦ ହୋଇଯାଉଛି ନନ୍ଦନକାନନ । କିନ୍ତୁ ଆଗକୁ ରାତିରେ ବି ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବାର ବ୍ୟବସ୍ଥା କରାଯିବା ନେଇ ଚିନ୍ତା କରାଯାଉଛି । ଦିନ ଭଳି ରାତିରେ ବି ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ଦର୍ଶକ ।

ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରୀ ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା କରାଯାଉଛି । ମାଷ୍ଟର ପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ବି ରହିଛି ପ୍ରସ୍ତାବ । କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ମୋଟ ୧୦୪୩ ହେକ୍ଟରକୁ ନନ୍ଦନକାନନ ବିସ୍ତାର କରାଯିବ ।