/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679577504.jpg)
Tragic Story
ଧୁମ୍ଧାମରେ ହେଲା ବିବାହ । ପରିବାର ଲୋକଙ୍କ ମେଳରେ ଖୁବ୍ ଆଡ଼ମ୍ବରରେ ରିସେପ୍ସନ୍ ମଧ୍ୟ ହେଲା । ହନିମୁନ୍ ପ୍ୟାକେଜ୍ ବୁକ୍ ହୋଇ ସାରିଥିଲା । ହେଲେ ବିବାହ ପର ଦିନ ଯାହା ହେଲା, ବରର ପାଦ ତଳୁ ମାଟି ଖସିଯାଇଛି । କାରଣ ଚତୁର୍ଥୀ ଦିନ ନିଜ ସ୍ତ୍ରୀକୁ ଅନ୍ୟ ଜଣେ ପୁରୁଷ ସହ ଦେଖିଥିଲେ ଯୁବକ । ଇନ୍ଦୋର ସହରରେ ଘଟିଛି ଏପରି ଏକ ଘଟଣା । ଦୁହ୍ଲନ ଓ ତାଙ୍କ ଗ୍ୟାଙ୍ଗର ଲୋକ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି ।
ଇନ୍ଦୋରରେ ଜଣେ ଯୁବକଙ୍କ ଖୁବ୍ ଧୁମଧାମରେ ବିବାହ ହୋଇଥିଲା । ବିବାହ ପରେ ପ୍ରଥମ ରାତ୍ରିକୁ ସ୍ମରଣୀୟ କରିବା ପାଇଁ ବର ରାଜା ସମସ୍ତ ବ୍ୟବସ୍ଥା କରିଥିଲେ । ହେଲେ ସୁହାଗ ଶେଯରେ ପହଞ୍ଚିବା ପରେ ନବବିବାହିତା ବାହାନା କରିଥିଲେ । ପିରିୟଡ ହୋଇଥିବାରୁ ଶାରୀରିକ ସମ୍ପର୍କ ରଖିବେ ନାହିଁ ବୋଲି କହିଥିଲେ । ଏହି ପ୍ରକାରେ ବାହାନା କରି ସ୍ୱାମୀକୁ ନିଜ ପାଖକୁ ପଶିବାକୁ ଦେଉନଥିଲା କନ୍ୟା ।
ହେଲେ ତା’ପର ଦିନ ସବୁ କିଛି ଓଲଟପାଲଟ୍ ହୋଇଯାଇଥିଲା । ସ୍ୱାମୀ ଶୋଇଯିବା ପରେ କନ୍ୟା ଲୁଚି ଲୁଚି ବୟଫ୍ରେଣ୍ଡକୁ ଭେଟିଥିଲା । ହେଲେ ଅଧ ରାତିରେ ନିଦ ଭାଙ୍ଗିଯିବାରୁ ସ୍ତ୍ରୀକୁ ନପାଇ ଖୋଜିଥିଲେ ନବବିବାହିତ । ପାଖ ରୁମରେ ଗୁଣୁଗୁଣୁ ଶୁଭିବା ପରେ ସେଠାରେ ଯାହା ଦେଖିଲେ, ହଠାତ୍ ସେ କାକୁସ୍ଥ ହୋଇଯାଇଥିଲେ । ନିଜ ନବବିବାହିତା ସ୍ତ୍ରୀ ପର ପୁରୁଷ ସହ ଅସଞ୍ଜତ ଅବସ୍ଥାରେ ଥିଲେ । ଏକଥା ଦେଖିବା ପରେ ଯୁବକ ଜଣକ ପରିବାର ଲୋକଙ୍କୁ ଡାକିଥିଲେ । ହେଲେ ଏହି ପାଟିତୁଣ୍ଡ ଭିତରେ ଲୁଟେରୀ କନ୍ୟା ଓ ତା’ର ବୟଫ୍ରେଣ୍ଡ୍ ଗଳା ବାଟ ଦେଖି ଛୁ ମାରି ସାରିଥିଲେ ।
ମଧ୍ୟସ୍ଥିକୁ ଖୋଜିବା ସମୟରେ ତା‘ର ମଧ୍ୟ କିଛି ଖୋଜଖବର ନଥିଲା । ପୋଲିସ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ଅସଲ କଥା ପଦାକୁ ଆସିଥିଲା । ତେବେ କନ୍ୟା, ମଧ୍ୟସ୍ଥି ଓ ତା’ ପରିବାର ଲୋକ କାହାର ବି ପତ୍ତା ନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)