• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁନିଆରେ ଏମିତି ଅନେକ ରହସ୍ୟ ରହିଛି, ଯାହାକୁ ଏବେକାର ବୈଜ୍ଞାନିକ ଯୁଗରେ ବି ମଣିଷ ଭେଦ କରିପାରିନି । ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ ସମସ୍ତଙ୍କୁ ଆଚମ୍ବିତ କରୁଛି । ସମସ୍ତଙ୍କ ମନରେ ସଙ୍ଗେ ସଙ୍ଗେ ଆସୁଛି ସମାନ ପ୍ରଶ୍ନ, କେମିତି ଓ କାହିଁକି ? ଆଉ କିଏ ଏଭଳି କରିପାରିଛି ?

ଆଜି ମଧ୍ୟ ଆମେ ଆପଣଙ୍କୁ ସେମିତି କିଛି ତଥ୍ୟ ଦେବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଦୁନିଆରେ ଏମିତି ଏକ ଗଛ ରହିଛି ଯାହାର କାଠର ଦାମ୍‌ ସବୁଠାରୁ ଅଧିକ । ସେହି କାଠର ଦାମ୍‌ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆଉ ମୁଣ୍ଡରେ ହାତ ଦେଇ ବସିବେ । ତାପରେ ଭାବିବେ ଏହି କାଠ କେଉଁଠି ମିଳୁଛି ? କାହିଁକି ଏହାର ଦାମ୍ ଏତେ ଅଧିକ ? କ’ଣ ରହିଛି ଏହାର ବିଶେଷତ୍ୱ ? କେବଳ ଏହି ଗଛର କାଠ ନୁହେଁ ଦୁନିଆରେ ଏମିତି ଅନେକ ଜିନିଷ ରହିଛି ଯାହାର ଦାମ୍‌ ସାଧାରଣ ଲୋକର ହୋସ୍ ଉଡ଼ାଇଦେବ ।

ତେବେ ଏହି ଦୁର୍ଲଭ କାଠ କେବଳ ମଧ୍ୟ ଏବଂ ଦକ୍ଷିଣ ଆଫ୍ରିକାର ୨୬ଟି ଦେଶରେ ମିଳିଥାଏ । ଏହି ଗଛର ଉଚ୍ଚତା ୨୫ରୁ ୪୦ ଫୁଟ୍‌ ହୋଇଥାଏ । ଆଉ ଏହାର କାଠର ଦାମ୍‌ କିଲୋ ପିଛା ୭ ରୁ ୮ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ଏହି କାଠକୁ ଆଫ୍ରିକାନ୍‌ ବ୍ଲାକ୍‌ ଉଡ୍‌ ନାମରେ ଜଣାଯାଏ । ଏହାର ରଙ୍ଗ ସମ୍ପୂର୍ଣ୍ଣ କଳା ରହିଥାଏ । ଏହି ଗଛର ଚାରା ଲଗାଯିବା ପରେ ଏହାକୁ ଗଛ ହେବା ପାଇଁ ଅନ୍ୟୁନ ୬୦ ବର୍ଷ ଲାଗିଥାଏ ।

ତେବେ ଏହା ଏକ ଦୁର୍ଲଭ ଗଛ ହୋଇଥିବାରୁ ବିଶ୍ୱର ସବୁ ସ୍ଥାନରେ ଏହା ମିଳୁନଥିବାରୁ ଏହାର ଦାମ୍‌ ଖୁବ ଅଧିକ ରହିଛି । ଖାଲି ସେତିକି ନୁହେଁ ଏହାର ଅନେକ ଔଷଧୀୟ ଗୁଣ ରହିଛି । ଏହା ଅତ୍ୟନ୍ତ ସୁନ୍ଦର ଲାଗିଥାଏ । ଏହି କାଠ ଶୀଘ୍ର ନଷ୍ଟ ହୋଇନଥାଏ । ଏହା ଅନ୍ୟ କାଠ ତୁଳନାରେ ଖୁବ୍‌ ମଜଭୁତ । ଏହା ଅତି ଚିକ୍କଣ ବୋଲି ମଧ୍ୟ କୁହାଯାଏ ।