• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିଳାଙ୍କ ଠାରୁ ଟଙ୍କାଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼ । ଜାବୁଡ଼ି ରଖିଥିଲେ ସୁଦ୍ଧା ଅଚାନକ୍‌ ଆସି ହାତରୁ ଟଙ୍କା ବ୍ୟାଗ୍‌କୁ ନେଇ ଗଛକୁ ଚଢ଼ିଗଲା । ମହିଳା ଜଣକ ଯେତେ କାକୁତି ମିନତି କଲେ ସୁଦ୍ଧା ଶୁଣିଲା ନାହିଁ କି ତଳକୁ ଓହ୍ଲାଇଲା ନାହିଁ । କେବଳ ଏତିକି ନୁହେଁ କିଛି ବ୍ୟାଗ୍‌ ଭିତରୁ କିଛି ଖାଦ୍ୟ ସାମଗ୍ରୀ ନମିଳିବାରୁ ଗଛରୁ ଯାଇ ପାହାଡ଼ ଉପରକୁ ଚଢ଼ି ଯାଇଥିଲା । ଆଉ ସେଠାରୁ ତଳକୁ ବ୍ୟାଗ୍‌ ଫିଙ୍ଗିଦେଲା ମାଙ୍କଡ଼ । ଥାଇଲ୍ୟାଣ୍ଡର ସିସାକେଟ ପ୍ରାନ୍ତ ସ୍ଥିତ Khao Phra Wihan National Parkରେ ଏହି ଘଟଣା ଘଟିଛି।

ଜଣେ ୫୫ବର୍ଷିୟ ମହିଳା Khao Phra Wihan Nationalକୁ ବୁଲିବା ପାଇଁ ଆସିଥିଲେ । ବୁଲୁ ବୁଲୁ ହଠାତ୍‌ ତାଙ୍କ ସାମ୍ନାକୁ ଏକ ମାଙ୍କଡ଼ ଦଳ ଚାଲି ଆସିଥିଲେ । ମାଙ୍କଡ଼ ଦଳ ଭିତରୁ ଏକ ବଦମାସ୍ ମାଙ୍କଡ଼ ଝପଟି ଆସି ମହିଳାଙ୍କ ଠାରୁ ବ୍ୟାଗ୍‌ ଝାମ୍ପିନେଲା । ହାଁ ହାଁ କହୁ କହୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡ଼ାଇ ଗଛ ଉପରକୁ ଚଢ଼ିଗଲା ଚଗଡ଼ା ମାଙ୍କଡ଼ । ସେଠାରେ କିଛି ସମୟ ବସିବା ପରେ ପାହାଡ଼ ଉପରକୁ ଚଢ଼ିଗଲା ।

ପାହାଡ଼ ଉପରେ ଯାଇ ବ୍ୟାଗ୍‌ ଖୋଲିଥିଲା ମାଙ୍କଡ଼ । ହେଲେ ବ୍ୟାଗରୁ କୌଣସି ପ୍ରକାର ଖାଦ୍ୟ ସାମଗ୍ରୀ ନମିଳିବା ପରେ ରାଗି ଯାଇଥିଲା । ଆଉ ପାହାଡ ଉପରୁ ବ୍ୟାଗକୁ ତଳକୁ ଫଙ୍ଗି ଦେଇଥିଲା । ଫଳରେ ବ୍ୟାଗଟି ଏକ ଗଭୀର ଖାତରେ ଖସି ପଡ଼ିଥିଲା । ଏହାଦେଖି ମହିଳା ଜଣକ ଚିନ୍ତିତ ହୋଇ ପଡ଼ିଥିଲେ । କାରଣ ସେ ଗଭୀର ଖାତ ଭିତରୁ ବ୍ୟାଗ ଆଣିବାକୁ ସକ୍ଷମ ନଥିଲେ ।

ଶେଷରେ ଅନ୍ୟଉପାୟ ନପାଇ ପାର୍କର ରେଞ୍ଜରଙ୍କ ସହ ସମ୍ପର୍କ କରିଥିଲେ । ମହିଳାଙ୍କ ଦୁଃଖ ବୁଝି ରେଞ୍ଜର ତାଙ୍କର ବ୍ୟାଗ୍‌ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ, ଯାହାର ଭିଡିଓ ଏବେ ଥାଇ ମିଡିଆରେ ଭାଇରାଲ ହେଉଛି ।

ମହିଳା ଜଣକ କହିଛନ୍ତି , ତାଙ୍କ ବ୍ୟାଗରେ ୫୦,୦୦୦ ବାହା (ପ୍ରାୟ ୧ ଲକ୍ଷ ୧୮ ହଜାର ଟଙ୍କା) ବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ ଦଲିଲ ଏବଂ ଆଇଡି କାର୍ଡ ଥିଲା । କିନ୍ତୁ ଦୁର୍ଦ୍ଦାନ୍ତ ମାଙ୍କଡ଼ଟି ତାଙ୍କ ହାତରୁ ବ୍ୟାଗଟିକୁ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲା । ଏବେ ଟଙ୍କା ଭର୍ତ୍ତି ବ୍ୟାଗ ଫେରିପାଇବା ରେ ପାର୍କ ରେଞ୍ଜର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିଳା ।