• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମା କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ । ମା’ କ୍ଷୀରକୁ ନେଇ ଗବେଷଣା କରୁଥିବା ଇଟାଲୀର କିଛି ବୈଜ୍ଞାନିକ ଏପରି ଦାବି କରିବା ପରେ ବଢିଛି ଚିନ୍ତା । ସପ୍ତାହେ ଭିତରେ ପ୍ରସବ କରିଥିବା ରୋମ୍ ଓ ଇଟାଲୀର ୩୪ ଜଣ ସୁସ୍ଥ ମହିଳାଙ୍କ ଠାରୁ ସଂଗ୍ରହ କରାଯାଇଥିବା କ୍ଷୀରର ୭୫ ପ୍ରତିଶତ ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିଛି , ଯାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ତେବେ କିଭଳି ମା’ କ୍ଷୀରରେ ମିଶିଲା ମାଇକ୍ରୋପ୍ଲାଷ୍ଟିକ୍ ଏବଂ ନବଜାତ ଶିଶୁ ଉପରେ କଣ ପଡ଼ିବ ଏହାର ପ୍ରଭାବ, ସେ ନେଇ ନାନା କଳ୍ପନା ଆରମ୍ଭ ହୋଇଛି । ଆଶ୍ୱସ୍ତିର ବିଷୟ, ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ଠାବ ହୋଇଥିଲେ ସୁଦ୍ଧା, ନବଜାତ ଶିଶୁ ପାଇଁ ଏହାର ଅପକାରିତାଠୁ ଉପକାରିତା ଅଧିକ ବୋଲି ଗବେଷକ ମାନେ କହିଛନ୍ତି ।

ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ବା କ୍ଷତିକାରକ ପ୍ଲାଷ୍ଟିକ କଣିକା ପାଇଥିବା ଦାବି କରିଛନ୍ତି । ଫଳରେ କେବଳ ମା’ କ୍ଷୀର ଉପରେ ନିର୍ଭରଶୀଳ ଥିବା ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଢ଼ିଛି ଚିନ୍ତା । ମା’ କ୍ଷୀରକୁ ନେଇ ଗବେଷଣା କରୁଥିବା ଇଟାଲୀର କିଛି ବୈଜ୍ଞାନିକ ଏହି ଦାବି କରିଛନ୍ତି । ପଲିମର୍ସ ଜର୍ଣ୍ଣାଲରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡ଼ିଛି ମା’ କ୍ଷୀରରେ ପଲିଥିନ୍ ବା ପଲିଏଥିଲିନ୍, ପିଭିସି ଏବଂ ପଲିପ୍ରୋପାଇଲିନ୍ ଆଦି ଉପାଦାନ ଠାବ କରାଯାଇଛି । ଅନୁସନ୍ଧାନକାରୀ ଦଳ ତୁରନ୍ତ ଏହାର ଅଧିକ ତଦନ୍ତ ପାଇଁ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତୀୟ ବୈଜ୍ଞାନିକଙ୍କ ଅନୁସନ୍ଧାନ: ହାର୍ଟବିଟ୍‌ରୁ ଜାଣିହେବ ଡାଇବେଟିସ୍‌ !

ଶୁର କେବଳ ପୋଷଣ ନୁହେଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ମଧ୍ୟ ମା’ କ୍ଷୀର ଅତି ଉପାଦେୟ ବୋଲି କୁହାଯାଏ । ସାଧାରଣତଃ ନବଜାତ ଶିଶୁର ଜନ୍ମଠୁ ୬ ମାସ ଯାଏଁ କେବଳ ମା’ କ୍ଷୀର ଦେବାକୁ ପରାମର୍ଶ  ଦିଅନ୍ତି ଡାକ୍ତର । ତେବେ ସେଥିରୁ ମାଇକ୍ରୋପ୍ଲାଷ୍ଟିକ୍ ମିଳିବା ପରେ ଏହା ନବଜାତର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି । ସପ୍ତାହେ ଭିତରେ ପ୍ରସବ କରିଥିବା ରୋମ୍ ଓ ଇଟାଲୀର ୩୪ ଜଣ ସୁସ୍ଥ ମହିଳାଙ୍କ ଠାରୁ କ୍ଷୀର ନମୁନା ସଂଗ୍ରହ କରିଥିଲେ ଗବେଷକ । ଆଉ ଗବେଷଣା ପରେ ୭୫ ପ୍ରତିଶତ ନମୁନାରେ ମାଇକ୍ରୋପ୍ଲାଷ୍ଟିକ୍ ମିଳିଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି, ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ୍ ଠାବ ହୋଇଥିଲେ ସୁଦ୍ଧା, ନବଜାତ ଶିଶୁ ପାଇଁ ଏହାର ଅପକାରିତାଠୁ ଉପକାରିତା ଅଧିକ ବୋଲି ଗବେଷକ ମାନେ କହିଛନ୍ତି ।

ଆଜିର ଯୁଗରେ ପ୍ଲାଷ୍ଟିକ୍ ଏକ ଏପରି ସାମଗ୍ରୀ ହୋଇସାରିଛି, ଯାହା ଆମର ଦୈନଦିନ ଜୀବନର ଏକ ଅଂଶ ହୋଇସାରିଛି । ଏଭରେଷ୍ଟ୍ ଶିଖରରୁ ଆରମ୍ଭ କରି ଗଭୀର ମହାସାଗର ସବୁଠି ଏବେ ପ୍ଲାଷ୍ଟିକ୍ ବର୍ଜ୍ୟ । ପୂର୍ବରୁ ମଣିଷ ରକ୍ତରେ ପ୍ଲାଷ୍ଟିକ୍ କଣିକା ମିଳି ସାରିଥିବା ବେଳେ ଏବେ ମା’ କ୍ଷୀରରେ କେମିତି ମିଶିଲା ପ୍ଲାଷ୍ଟିକ୍ କଣିକା ସେ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ଏ ନେଇ ସଠିକ୍ ତଥ୍ୟ ଜଣାପଡ଼ିନଥିଲେ ମଧ୍ୟ ଗର୍ଭାବସ୍ଥାରେ ପ୍ଲାଷ୍ଟିକ୍ ପାତ୍ରରେ ଦିଆଯାଇଥିବା କୌଣସି ବି ଖାଦ୍ୟ ନଖାଇବା ଲାଗି ଗର୍ଭବତୀଙ୍କୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।