• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜବେଷ୍ଟସ୍ ସନ୍ଦିରେ ସାପର ସୁ ସୁ ଗର୍ଜନ। କିନ୍ତୁ ତାକୁ ଖାତିର ନକରି ଖଣ୍ଡେ ବାଡି ସାହାଯ୍ୟରେ ସାପ ଧରୁଛନ୍ତି ଏହି ଦମ୍ପତି । ଖୋର୍ଦ୍ଧା ବେଗୁନିଆ ବ୍ଲକ ମୁକ୍ତାପୁର ଗାଁର ବିପିନ ନାୟକ ଓ ପତ୍ନୀ ରିୟା। ସାଧାରଣତଃ ସାପ ନାଁ ଶୁଣିଲେ ଦେହ ଶୀତେଇ ଉଠୁଥିବା ବେଳେ ରିୟାଙ୍କ ପାଇଁ କିନ୍ତୁ ବିଷଧର ସାପଙ୍କୁ ଧରିବା ସତେ ଯେମିତି ପିଲାଖେଳ । ବାହାଘର ପରେ ସାପ ଧରିବାର କୌଶଳ ସେ ସ୍ୱାମୀଙ୍କଠୁ ଶିଖିଥିଲେ। ଏବେ ପ୍ରତିଦିନ କେଉଁଠି ନା କେଉଁଠିକୁ ଯାଇ ସାପ ଧରୁଛନ୍ତି। ରାତି ପାହିବାଠାରୁ ରାତି ହେବା ପର୍ଯ୍ୟନ୍ତ ଫୋନ୍ ଆସିବା ମାତ୍ରେ ପାଦରେ ଜୋତା ଏବଂ ହାତରେ ଖଣ୍ଡେ ବାଡି ଧରି ବାହାରି ପଡନ୍ତି ରିୟା।

ନାଗ ହେଉ କି ତମ୍ପ, ବୋଡ଼ା ହେଉ କି ଅଜଗର ସବୁ ପ୍ରଜାତିର ସାପ ଧରିବାରେ ମାହିର୍ ରିୟା । ମାତ୍ର କେଇ ମିନିଟ୍ ମଧ୍ୟରେ ସାପଗୁଡିକୁ ଅତି ସହଜରେ କାବୁ କରିନିଅନ୍ତି। ଦେଖୁନାହାନ୍ତି, କେମିତି ହାତରେ ୨-୩ଟି ସାପ ଏକାସାଙ୍ଗରେ ଧରିଛନ୍ତି ଆଉ ଗୋଟି ଗୋଟି କରି ଜଙ୍ଗଲରେ ଛାଡୁଛନ୍ତି।

ତନ୍ତରେ ଲୁଗା ବୁଣିଲେ ବିପିନଙ୍କ ପରିବାର ଚଳେ। ହେଲେ ପ୍ରତିଦିନ ସାପ ଧରିବା ପାଇଁ ଫୋନ୍ ଆସୁଥିବାରୁ ପ୍ରଭାବିତ ହେଉଛି ତନ୍ତ କାମ। ତେବେ ଏହା ଭିତରେ ଜନସଚେତନତା ସୃଷ୍ଟି କରିବା ଏବଂ ଉଭୟ ମଣିଷ ଓ ସାପ ଜୀବନ ବଞ୍ଚାଇବା କାମ ଅବ୍ୟାହତ ରଖିଛନ୍ତି ଉଭୟ ବିପିନ ଓ ରିୟା । ଆଜିଯାଏଁ ଏହି ଦମ୍ପତି ହଜାରେରୁ ଅଧିକ ବିଷଧର ସାପ ଧରିସାରିଲେଣି ବୋଲି ଦାବି କରନ୍ତି ।