Advertisment

Ambani Wedding Pandit: ଅନନ୍ତ-ରାଧିକାଙ୍କ ବିବାହ କେଉଁ ପଣ୍ତିତ କରିଥିଲେ ? ଜାଣନ୍ତୁ କେତେ ନିଅନ୍ତି Salary...

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅମ୍ବାନୀ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। କିଏ କରିଥିଲେ ବିବାହ ? ତାଙ୍କ ପାଉଣା କେତେ ? ଜାଣନ୍ତୁ...

ଅଦ୍ୟତନ ହୋଇଛି
Ambanis Family Pandit Salary

Ambanis Family Pandit

Advertisment

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ମୁକେଶ ଅମ୍ବାନୀଙ୍କ ପରିବାରର ସାନ ପୁଅ ଅନନ୍ତ ଅମ୍ବାନୀ। ସେ ରାଧିକା ମର୍ଚାଣ୍ଟଙ୍କ ହାତ ଧରିଛନ୍ତି । ଚଳିତ ବର୍ଷ ୧ ମାର୍ଚ୍ଚରେ ଗୁଜରାଟ ଜାମନଗରରେ ପ୍ରି-ଓ୍ବେଡିଂ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ଖ୍ୟାତନାମା ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ବିବାହର ପ୍ରତ୍ୟେକ ଜିନିଷ ଚର୍ଚ୍ଚାରେ ରହିଥିଲା । ବିବାହ କରିଥିବା ପଣ୍ତିତ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ପଣ୍ତିତ ଚନ୍ଦ୍ରଶେଖର ଶର୍ମା ପ୍ରି-ଓ୍ବେଡିଂରେ ଅନନ୍ତ ଅମ୍ବାନୀ-ରାଧିକା ମର୍ଚାଣ୍ଟଙ୍କ ସବୁ ରୀତିନୀତି କରୁଥିବା ଦେଖିବାକୁ ମିଳିଥିଲା । ଏମିତିକି ଜାମନଗରରେ ପ୍ରି-ଓ୍ବେଡିଂ ସମୟରେ ପଣ୍ଡିତ ଚନ୍ଦ୍ରଶେଖର ଶର୍ମାଙ୍କୁ ମଧ୍ୟ ବିମାନବନ୍ଦରରେ ଅମ୍ବାନୀ ପରିବାର ସ୍ବାଗତ କରିବାର ଦେଖିବାକୁ ମିଳିଥିଲା । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ପଣ୍ଡିତ ଚନ୍ଦ୍ରଶେଖର ମଧ୍ୟ ବିବାହର ସବୁ ରୀତିନୀତି କରିଥିଲେ। ତେବେ କିଏ ଏହି ପଣ୍ଡିତ ଚନ୍ଦ୍ରଶେଖର ଶର୍ମା ? ତାଙ୍କ ପାଉଣା କେତେ ? ଜାଣନ୍ତୁ...

Advertisment

ଅଧିକ ପଢ଼ନ୍ତୁ: କେତେ ଟଙ୍କା ରୋଜଗାର କରନ୍ତି ଅମ୍ବାନୀଙ୍କ ଡ୍ରାଇଭର୍, ଶୁଣିଲେ ଉଡ଼ିଯିବ ହୋସ୍!

ଏହା ପ୍ରଥମ ଥର ନୁହେଁ ଯେବେ ପଣ୍ଡିତ ଚନ୍ଦ୍ରଶେଖର ଅମ୍ବାନୀଙ୍କ କୌଣସି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ସେ ଅମ୍ବାନୀ ପରିବାରର ଅଧିକାଂଶ କାର୍ଯ୍ୟକ୍ରମରେ ପୂଜାପାଠ କରୁଥିବା ଦେଖାଯାଏ । ଗଣେଶ ଚତୁର୍ଥୀ ହେଉ ଅବା ଆକାଶ ଅମ୍ବାନୀଙ୍କ ବିବାହ, ସବୁ ପୂଜାରେ ସେ ସାମିଲ ହୁଅନ୍ତି । ଯାହାର ଫଟୋ ସେ ତାଙ୍କ ଫେସ୍‌ବୁକ୍‌ ଆଇଡ଼ିରେ ମଧ୍ୟ ସେୟାର କରିଛନ୍ତି । ଏହାଛଡ଼ା ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ପରିବାର ସହ ଏକ ଫଟୋରେ ଦେଖିବାକୁ ମିଳିଥିଲା । ଫଟୋରେ ତାଙ୍କ ସହ ନୀତା ଅମ୍ବାନୀ, ରାଧିକା ମର୍ଚାଣ୍ଟ, ଆକାଶ ଅମ୍ବାନୀ, ଅନନ୍ତ ଅମ୍ବାନୀ ଓ ଅନ୍ୟ ଲୋକେ ଥିଲେ।

Advertisment

ଚନ୍ଦ୍ରଶେଖର ହେଉଛନ୍ତି ଭାରତର ବିଖ୍ୟାତ ପଣ୍ଡିତଙ୍କ ମଧ୍ୟରୁ ଜଣେ। ସେ ବଡ଼ ବଡ଼ ସେଲିବ୍ରିଟିଙ୍କ ଘରେ ପୂଜା-ପାଠ ଓ ବିବାହ କରିଥାନ୍ତି। ସେ ଅନନ୍ତଙ୍କ ବିବାହ କରିଥିଲେ । 

ଚନ୍ଦ୍ରଶେଖରଙ୍କ ଫେସବୁକ୍‌ ବାୟୋ ଦେଖିଲେ ସେ ଜଣେ ଜ୍ୟୋତିଷ ଓ ପୂଜାରୀ ନୁହନ୍ତି ବରଂ ଜଣେ ପର୍ସନାଲ କୋଚ୍‌ ଏବଂ ଲାଇଫଷ୍ଟାଇଲ୍‌ ମୋଟିଭେଟର ମଧ୍ୟ ହୋଇଥିବା ଜଣାପଡେ। ତେବେ ତାଙ୍କ ପାଉଣା ବିଷୟରେ କହିଲେ ଓ୍ବେବ୍‌ସାଇଟ୍‌ Pujahoma.com ଅନୁଯାୟୀ, ରାଶିଫଳ ପଢ଼ିବା, ଜାତକ ସୁଝାଇବା ଏବଂ ମୂହୁର୍ତ୍ତ ଚୟନ ଲାଗି ସେ ୧୦୦୦ ଟଙ୍କା ନିଅନ୍ତି। ଦୋକାନ/ଫାକ୍ଟ୍ରିର ଉଦ୍‌ଘାଟନ, ଭୂମି ପୂଜା ଏବଂ ସତ୍ୟନାରାୟଣ ପୂଜା ଲାଗି ୫୦୦୦ ଟଙ୍କା ନିଅନ୍ତି। ରୁଦ୍ରାଭିଷେକ କରିବା ଲାଗି ୧୧ ହଜାର ଏବଂ ବିବାହ କରିବା ଲାଗି ୨୫ ହଜାର ନେଉଥିବା ଜଣାପଡ଼ିଛି। ଏହାଛଡ଼ା ସୁଦର୍ଶନ ହୋମ, ମୃତ୍ୟୁଞ୍ଜୟ ଜପ, ବାସ୍ତୁ ଶାନ୍ତି, ଚଣ୍ଡି ହୋମ, ରୁଦ୍ର ହୋମ ଏବଂ ହୋମ-ବଗଳାମୁଖୀ ଲାଗି ସେ ୫୦ ହଜାର ଟଙ୍କା ପାଉଣା ନିଅନ୍ତି । 

Advertisment

ତାଙ୍କ ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ତାଙ୍କର କିଛି ଗ୍ରାହକଙ୍କ ନାମ ଉଲ୍ଲେଖ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌, ଟେଲି, ବିକେଟି, ପ୍ରିୟଙ୍କା ଚୋପ୍ରା ଜୋନାସ, ସୋନୁ ନିଗମ, ଉଡ୍‌କ୍ରାଫ୍ଟ ପ୍ରମୁଖ ରହିଛନ୍ତି।

ଅଧିକ ପଢ଼ନ୍ତୁ: ମୁକେଶ ଅମ୍ବାନୀଙ୍କ ‘ଆଣ୍ଟିଲିଆ’ ଦୁନିଆର ସବୁଠାରୁ ଦାମୀ ଘର ? ଜାଣନ୍ତୁ ବିଶ୍ବର ୧୦ ମହଙ୍ଗା ଘର...

Mukesh Ambani Nita Ambani Wedding
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ