• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାତରେ ଚାଉଳ ଗିନା । ଘେରି ରହିଛନ୍ତି ଜଙ୍ଗଲୀ ଦେଶ ଗଞ୍ଜା । ଆ ଆ ଡାକିଲେ ଦୌଡ଼ି ଆସୁଛନ୍ତି । ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ସ୍ୱାମୀସ୍ତ୍ରୀ । ବର୍ଷେ କି ଦୁଇ ବର୍ଷ ନୁହେଁ ବାହାର ରାଜ୍ୟରେ ଯୌବନର ୪୦ ବର୍ଷ ବିତାଇବା ପରେ ସେ ଏବେ ଗାଁକୁ ଫେରିଛନ୍ତି ଗଜପତି ନୂଆଗଡ଼ ବ୍ଲକ ଅନୁଗୁରୁ ଉଡ଼ାସିଂ ଗାଁର ଲୁକ ଦଳ ବେହେରା । ଏତେ ବର୍ଷ ଅଜ୍ଞାତବାସରେ ରହିବା ପରେ ଗାଁକୁ ଫେରିଛନ୍ତି ସତ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନାହିଁ । ଏବେ ଚିନ୍ତା ଆସାମ ସ୍ତ୍ରୀକୁ ଗାଁକୁ ତ ନେଇ ଆସିଲେ ଏବେ ତାକୁ ଏଠି ରଖିବେ କେମିତି ?

ଲୁକଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ଜଣେ ସର୍ଦ୍ଦାର ତାଙ୍କୁ ନେଇଯାଇଥିଲା ଅରୁଣାଚଳ ପ୍ରଦେଶ । ଦାଦନ ଖଟିବାକୁ ଆସାମର ସୁନୀତା ରାବା ମଧ୍ୟ ସେଠାକୁ ଯାଇଥିଲେ । ଧିରେ ଧିରେ ଉଭୟଙ୍କ ମଧ୍ୟରେ ସଂପର୍କ ଓ ପରେ ବିବାହ କରିଥିଲେ । ସେମାନଙ୍କ ପୁଅଟିଏ ବି ହୋଇଥିଲା । ହେଲେ ରୋଗରେ ଗୋଟିଏ ବୋଲି ୩ ବର୍ଷର ପୁଅକୁ ହରାଇ ଚିନ୍ତାରେ ପଡ଼ିଯାଇଥିଲେ । ଆଉ ଏପଟେ ଘର ଲୋକ ହଜିଲା ପୁଅକୁ ଖୋଜିବା ଜାରି ରଖିଥିଲେ । ଲୁକ ତ ୪୦ ବର୍ଷ ପରେ ଗାଁକୁ ଫେରିଲେ ସତ କିନ୍ତୁ ସବୁ କିଛି ବଦଳି ଯାଇଛି । ଘର କହିଲେ ଏହି ଝାଟିମାଟିର କୁଡ଼ିଆ । ସରକାରୀ ସହାୟତା ମିଳିଲେ ଶେଷ ଦିନ ଗୁଡ଼ାକ ଭଲରେ କଟିବ ବୋଲି ଆଶା ରଖିଛନ୍ତି ।

ଲୁକଙ୍କ ସମସ୍ୟା ପ୍ରସଙ୍ଗରେ ଆମେ ସ୍ଥାନୀୟ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଲୁକ୍ ଦଳବେହେରାଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ, ସରକାରଙ୍କ ଯାହା ସବୁ ବ୍ୟବସ୍ଥା ରହିଛି, ଖୁବ୍ ଶୀଘ୍ର ସ୍ଥିତି ଅନୁଧ୍ୟାନ କରି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି... ।

୪୦ବର୍ଷ ପରେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା ମିଳିଲେ ବାକି ଜୀବନଟା ଶାନ୍ତିରେ କାଟନ୍ତେ ୪୦ ବର୍ଷ ପରେ ଗାଁକୁ ଫେରିଥିବା ଲୁକ ଦଳବେହେରା... ।

  • Reported by:
  • Mihir Jati