/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678352417.jpg)
yagya to calm down sea
ଓଡ଼ିଶାର ଅନେକ ସ୍ଥାନରେ କୂଳ ଲଂଘୁଛି ସମୁଦ୍ର। କେଉଁଠି ସମୁଦ୍ର ଆଁରେ ସାରା ଗାଁ ମିଶି ଯାଇଥିବା ବେଳେ, କେଉଁଠି ଧ୍ୱଂସ ହେବାର ଦ୍ୱାରଦେଶରେ। ଏଭଳି ସ୍ଥଳରେ ଉପକୂଳ ସୁରକ୍ଷା ପାଇଁ ଜିଓ ଟ୍ୟୁବ ପ୍ରକଳ୍ପ ତିଆରି କରିଛନ୍ତି ସରକାର। ହେଲେ ପେଣ୍ଠ ବେଳାଭୂମିର ଚିତ୍ର ଅଲଗା । ଏଠି ଅଶାନ୍ତ ସମୁଦ୍ରକୁ ଶାନ୍ତ କରିବାକୁ ଚାଲିଛି ମହାଯଜ୍ଞ ।
୧୯୪୯ରୁ ଏଭଳି ଯଜ୍ଞର ଆୟୋଜନ କରାଯାଉଥିବା ବେଳେ, ବିଶ୍ୱାସ ରହିଛି ସମୁଦ୍ର ଦେବତା ଶାନ୍ତ ଦେବତା ଶାନ୍ତ ହୋଇଥାନ୍ତି । ମାର୍ଚ୍ଚ ୧ରୁ ମହାଯଜ୍ଞ ଆରମ୍ଭ ହୋଇଛି, ପୂର୍ଣ୍ଣିମୀରେ ଯଜ୍ଞର ପୂର୍ଣ୍ଣାହୁତି ପଡିବ । ଯଜ୍ଞରେ ସାମିଲ ହେବାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଥିବା ବେଳେ, ମୀନାବଜାର ଓ ଘରକରଣା ସାମଗ୍ରୀର ଆସର ଜମିଛି ।
ଉପକୂଳିଆଙ୍କୁ ସୁରକ୍ଷା ଦେବାକୁ ଜିଓ ଟ୍ୟୁବ ପ୍ରକଳ୍ପ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ମାତ୍ର ସମୁଦ୍ର ଦେବତାଙ୍କୁ ଶାନ୍ତ ରଖିବାକୁ ମହାଯଜ୍ଞ ଉପରେ ଭରସା କରିଥାନ୍ତି ସ୍ଥାନୀୟ ବାସିନ୍ଦା । ଜଳବାୟୁ ପରିବର୍ତ୍ତନ ହିଁ ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ କାରଣ । ତଥାପି ବିଜ୍ଞାନ ନୁହେଁ ଆଧ୍ୟାତ୍ମିକ ବିଶ୍ୱାସକୁ ବାଛିଛନ୍ତି ସ୍ଥାନୀୟ ଲୋକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)