• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପ୍ରବଳ ଖରା...କୂଅଠୁ ପୋଖରୀ ସବୁ ଶୁଖିଗଲାଣି । ଗାଁରେ ପିଇବା ପାଣି ଟୋପାଏ ଲାଗି ଏବେ ବଡ଼ ଦହଗଂଜ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଲାଣି ଯେ ପିଇବା ପାଣି ଲାଗି ସାଇକେଲ୍‌ରେ ବାଲଟି, ଡବା ଓହଳାଇ ୩ କିମି ପର୍ଯ୍ୟନ୍ତି ଯାଉଛନ୍ତି ଗାଁ ଲୋକେ । ଖାଲି ପିଇବା ପାଣି ନୁହେଁ ବରଂ ଗାଧୋଇବା ଲାଗି ବି ଗାଁରେ ମିଳୁନି ପାଣି । ତୁରନ୍ତ ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଜନ ଅସନ୍ତୋଷ ବଢିବ ବୋଲି ସ୍ଥାନୀୟ ଲୋକ କହିଲେଣି ।

ନଳକୂଅ ଅଛି...ପାଣି କିନ୍ତୁ ବାହାରୁନି । ପୂରା ବନ୍ଦ ହୋଇଯାଇନି ବରଂ ଦିନରେ କେତେବେଳେ ପାଣି ବାହାରିବ ତାହା ଭଗବାନଙ୍କୁ ହିଁ ଜଣା । ସେଇଥି ପାଇଁ ତ ପାଣି ଟୋପାଏ ନେବା ଲାଗି ଲାଇନ୍‌ କରି ଅପେକ୍ଷା କରିଛନ୍ତି ଲୋକେ । ଏମିତି କିଛି ଦୃଶ୍ୟ ଦେଖିବା ପରେ ସମସ୍ତେ ଭାବିବେ ବୋଧହୁଏ ଗାଁରେ ଥିବା ଗୋଟିଏ ନଳକୂଅ ପାଣି ଭାରି ମିଠା ସେଇଥି ଲାଗି ଏତେ ଜାମ୍‌ । ନା ନଳକୂଅ ପାଣି ଏତେ ଖରାପ ଯେ ପିଇବା ମାତ୍ରେ ଅନେକ ରୋଗ ହେଉଛି । କିନ୍ତୁ ଏହାକୁ ଛାଡିଦେଲେ ଅନ୍ୟ କିଛି ଉପାୟ ନାହିଁ । ତେଣୁ ବାଧ୍ୟ ହୋଇ ଏଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି ଲୋକେ ।

ମୟୁରଭଞ୍ଜ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ନାଉଯୋଡା ଗାଁର l ସେଠି ପାଣି ପାଇଁ ଏବେ ବଡ଼ ଡହକବିକଳ ହେଉଛନ୍ତି ଗାଁ ଲୋକ । ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ପୂର୍ବରୁ ଗାଁ ପୋଖରୀ ଓ କୂଅରୁ ପାଣି ନେଇ କଷ୍ଟମଷ୍ଟେ ଲୋକ ଚଳିଯାଉଥିଲେ । ଆଉ ସେହି ନଳକୂଅ ପାଣିରେ ରୋଷେଇବାସ କରୁଥିଲେ । ଏବେ କିନ୍ତୁ ସେତକ ବି ନାହିଁ । ପ୍ରବଳ ଖରାରେ ପାଣି ସବୁ ଶୁଖିଯିବା ପରେ ସ୍ଥିତି ପୂରା ସଙ୍ଗୀନ ହେଲାଣି । ଦୁଃଖ ସେମାନଙ୍କର ସେତିକିରେ ସରିନି ବରଂ ବାହାଘର ହେଉ ବ୍ରତଘର କିମ୍ବା ସୁଧ ଘର...୩ କିମି ରାସ୍ତା ଯିବା ପରେ ହିଁ ମିଳୁଛି ପାଣି ।

ପ୍ରତି ଘରକୁ ପାଣି ପହଞ୍ଚାଇବା ଲାଗି ବସୁଧା ଯୋଜନା କରିଛନ୍ତି ରାଜ୍ୟ ସରକାର । ଘରେ ଘରେ ଟ୍ୟାପ୍‌ ବସାଯାଉଛି, ପାଣି ଯୋଗାଯାଉଛି ବୋଲି ଡିଡିମ୍ବ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରକୃତରେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ସେହି ଦୃଶ୍ୟରୁ ହିଁ ସ୍ପଷ୍ଟ ଅନୁମେୟ । ସେପଟେ ଏନେଇ ପ୍ରଶାସନର ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

 

 

  • Reported by:
  • Jyoti Ranjan Barik