Advertisment

୯ ବର୍ଷ ହେଇଗଲା...ଆଉ କେବେ ସରିବ ସେତୁ?

ବାଃ ବାଃରେ ପ୍ରଶାସନ । ୯ ବର୍ଷ ହୋଇଗଲା କିନ୍ତୁ ସେତୁ କାମ ସରିଲା ନାହିଁ...ନିର୍ବାଚନ ପାଖେଇ ଆସୁଥିବାରୁ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ

ଅଦ୍ୟତନ ହୋଇଛି
Bridge Construction Project In Odisha

Bridge Problem

Advertisment

ଫଳକ ଦେଖିଲେ ସ୍ପଷ୍ଟ ଜଣାପଡିବ କି ୨୦୧୪ ମସିହାରେ ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି । ସାଧାରଣତଃ ଶୁଭ ଦେବାର ୨ କି ୩ ବର୍ଷ ମଧ୍ୟରେ କାମ ସରିବାର କଥା । ହେଲେ ଏଇଠି ୯ ବର୍ଷ ବିତିଗଲାଣି ହେଲେ ବ୍ରିଜ୍‌ ହୋଇପାରିଲା ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।

Advertisment

ନଇ କୂଳିଆ ଲୋକଙ୍କ ସୁବିଧା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବ୍ରିଜ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଲୋକଙ୍କ ଆଶା ଥିଲା ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିବାରୁ ଖୁବ୍‌ଶୀଘ୍ର ବ୍ରିଜ୍‌ କାମ ସରିବ । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ସବୁ ସ୍ୱପ୍ନ ସ୍ୱପ୍ନ ହୋଇ ରହିଯାଇଛି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ସାଉରିଆ ପଂଚାୟତରେ ଲୋକମାନଙ୍କ ଯାତାୟତ ପାଇଁ ଦୟା ନଦୀ ଉପରେ ସେତୁ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ଅନୁସାରେ ବ୍ୟୟବରାହ ବି ହେଲା କିନ୍ତୁ କାମ ଏମିତି ହେଲା ଯେ ୯ ବର୍ଷ ହେଲା ବ୍ରିଜ୍‌ ଉପରେ ଯିବା ସମ୍ଭବ ହୋଇପାରିଲା ନାହିଁ ।

ଅଧିକ ପଢ଼ନ୍ତୁ: ଇଏ କେମିତିକା ସେତୁ ? ୧୧ ବର୍ଷ ହେଲାଣି ସରୁନି, ଲୋକଙ୍କ ଭରସା ବାଉଁଶ ପୋଲ

Advertisment

ବ୍ରିଜ ନିର୍ମାଣ ନହେବା ଫଳରେ ନଦୀ ସେପଟେ ରହିଥିବା ୧୦ ଗୋଟି ଗାଁର ୫ ହଜାରରୁ ଉର୍ଦ୍ଧ୍ୱ ଲୋକେ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଖରାଦିନରେ ଏମିତି ଢଙ୍ଗରେ ନଈରେ ପାର ହେଉଛନ୍ତି ଲୋକେ। କିନ୍ତୁ ବର୍ଷା ଦିନରେ ସ୍ଥିତି ଗୋଟିଏ ପ୍ରକାର ଅସମ୍ଭାଳ ହେଉଛି । ଆଉ ବାଧ୍ୟ ହୋଇ ଘରେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି ଲୋକେ ।

ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତ୍ରିନାଥ ଇଂଜିନିୟରିଙ୍ଗ ନାମରେ ରହିଥିବା ବ୍ରିଜ୍‌ ପାଇଁ ୯ କୋଟି ୭ ଲକ୍ଷ ୮୯ ହଜାର ୭୭୦ ଟଙ୍କା ୫୮ ପଇସା ବ୍ୟୟ ଅଟକଳ ବି ହୋଇଥିଲା । ୨୦୧୪ରେ କାର୍ଯ୍ୟ ଆରମ୍ଭ ହୋଇ ୨୦୧୭ରେ ଶେଷ ହେବାର ଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ଗଡିଯାଇଥିଲେ ସୁଦ୍ଧା ବ୍ରିଜ୍‌ କାମ ସରିପାରିଲା ନାହିଁ । ସେପଟେ କାହିଁକି ବ୍ରିଜ୍‌ କାମ ସରୁନି ସେନେଇ ସ୍ଥିତି ପରଖିବାକୁ ପହଞ୍ଚିଥିଲେ ଗ୍ରାମ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ । ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଆସନ୍ତା ଜୁନ୍‌ ୧ ସୁଦ୍ଧା ବ୍ରିଜ୍ କାମ ସାରିବାକୁ ସଂପୃକ୍ତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

Bridge Construction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ