Jalpari Jiya
୧୪ ବର୍ଷର ବାଳିକା ଜିଆ ରାଏଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଅଟିଜିମ୍ରେ ଆକ୍ରାନ୍ତ ହୋଇ ବି ସନ୍ତରଣ କଳାରେ ବେସ୍ ପାରଙ୍ଗମ ଜିୟା । ଚିଲିକା ଜଳରାଶିରେ ପହଁରି ସେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଆଙ୍କୁ ମାତ୍ର ୧୪ ବର୍ଷ । ତାଙ୍କ ଘର ବନାରସ ହୋଇଥିବା ବେଳେ ସେ ମୁମ୍ବାଇରେ ରୁହନ୍ତି । ଏବେ ସେ ଚିଲିକାରେ ପହଁରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦିବ୍ୟାଙ୍ଗ ଝିଅ ଜିଆର ବାପା ନୌସେନା ଅଧିକାରୀ ମଦନ ରାଏ । ଜିଆ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାର ଉତ୍ସାହ ଓ ପ୍ରତିଭା ପାଇଁ ଏକାଧିକ ସନ୍ତରଣ ପ୍ରତିଯୋଗିତାରେ ସାମିଲ ହେବାରେ ସେ ସଫଳ ହୋଇପାରିଛି ।
ଅଧିକ ପଢ଼ନ୍ତୁ: ଚିଲିକାର ନୀଳ ଜଳରାଶିରେ ଜଳପରୀ ‘ଜିଆ’, ୨୧ କି.ମି. ଯାଏ ସୁଇମିଙ୍ଗ୍ କରି ତାଜୁବ କଲେ...
ଜିଆକୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ଶ୍ରୀଲଙ୍କାର ତାଲାଇମନାର ଠାରୁ ଭାରତର ଧନୁସକୋଡି ପର୍ଯ୍ୟନ୍ତ ଦୀର୍ଘ ୨୯ କିମି ଜଳପଥକୁ ମାତ୍ର ୧୩ ଘଣ୍ଟା ୧୦ ମିନିଟରେ ସନ୍ତରଣ ଦ୍ୱାରା ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଥିଲା । ଏତେ କମ୍ ବୟସରେ ଜିଆ ୨୬ଟି ସ୍ୱର୍ଣ୍ଣ ପଦକ ହାସଲ କରି ସାରିଛି । ଜିଆର ପ୍ରତିଭା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍-କି-ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ତାର ପ୍ରଶଂସା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668520041.jpg)