• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସୁଛି ନୂଆ ବର୍ଷ ୨୦୨୪ । ଏବର୍ଷର ଶେଷ ତାରିଖ ୧୨-୩୧-୨୩ । ଏହି ତାରିଖ ହେଉଛି ୨୦୨୩ ମସିହାର ଶେଷ ଦିନ । ସମସ୍ତେ ଚାହିଁ ବସିଛନ୍ତି ୨୦୨୪ ମସିହାକୁ । କ୍ୟାଲେଣ୍ଡରରେ ଯେଭଳି ମସିହା ବଦଳୁଛି, ଠିକ୍‌ ସେମିତି ଲୋକେ ବି ଚାହିଁଛନ୍ତି ତାଙ୍କ ଭାଗ୍ୟ ବଦଳିଯାଉ । ତେବେ ଆପଣମାନେ ଜାଣନ୍ତି କି, ଆମ ଜୀବନରେ ସଂଖ୍ୟାର ଏକ ବଡ଼ ଭୂମିକା ରହିଥାଏ । ଗ୍ରହଚାଳନାଠାରୁ ଆରମ୍ଭ କରି ଜୀବନର ବିଭିନ୍ନ କ୍ଷେତ୍ରରେ ସଂଖ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ସେଥିପାଇଁ ମଣିଷର ଜନ୍ମ ତାରିଖ ଓ ମାସ ଅନୁସାରେ ପ୍ରକୃତି, ଚାଲିଚଳନ ଚିନ୍ତାଧାରା ଆଦି ଭିନ୍ନ ହୋଇଥାଏ । ତେବେ ଏହି ବର୍ଷର ଶେଷ ତାରିଖ ଅନେକଙ୍କ ପାଇଁ ଆଣିଦେବ ସୁଖ ଆଉ ସମୃଦ୍ଧି । ଅନେକଙ୍କ ପାଇଁ ଏହି ଦିନଟି ଖୁବ୍‌ ଶୁଭ ଦାୟକ । 

ତେବେ ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ଆସିବାକୁ ଆଉ ହାତଗଣତି ଦିନ ବାକି ଅଛି । ବର୍ଷର ଶେଷ ତାରିଖ ୧୨/୩୧/୨୩, ଯାହାର ସଂଖ୍ୟାଗୁଡ଼ିକର ଅନେକ ଅର୍ଥ ଅଛି । ସାଂଖ୍ୟ ଜ୍ୟୋତିଷ ଅନୁଯାୟୀ, ୨୦୨୩ ବର୍ଷର ଶେଷ ଦିନ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ଟିକେ ଭଲ ଭାବେ ଦେଖନ୍ତୁ, ୨୦୨୩ ର ଶେଷ ତାରିଖ ହେଉଛି ୧୨/୩୧/୨୩, ଏହି ସଂଖ୍ୟାଗୁଡ଼ିକର କ୍ରମ ଦେଖିବାକୁ ଗଲେ ୧୨୩୧୨୩ ରହିଛି ।

ଏହି ସଂଖ୍ୟାଗୁଡ଼ିକ ଆପଣଙ୍କୁ କିଛି ନୂଆ ଆରମ୍ଭ ପାଇଁ ଚିନ୍ତା କରିବାକୁ ବାଧ୍ୟ କରିପାରେ ।

ଅଙ୍କ ଶାସ୍ତ୍ରରେ ଅନୁସାରେ ଏହି ୧୨୩ ସଂଖ୍ୟା ନୂଆ ଆରମ୍ଭର ପ୍ରତୀକ ଏବଂ କାର୍ଯ୍ୟ କରିବାକୁ ପ୍ରେରଣା ଅନୁଭବ କରାଇଥାଏ । ସଂଖ୍ୟା ୧୨୩ ଓ ୧୨୩୧୨୩କୁ ଫରିସ୍ତା ବା ଦୂତ ବୋଲି କୁହାଯାଏ । ଏହି ସଂଖ୍ୟା ବ୍ରହ୍ମାଣ୍ଡର ଏକ ବାର୍ତ୍ତା ବୋଲି ଲୋକଙ୍କର ବିଶ୍ୱାସ ରହିଛି । ଏହା ବିଷୟରେ ଲୋକେ ସବୁବେଳେ ଚିନ୍ତା କରିଥାନ୍ତି ।

ସାଧାରଣତଃ ଏହି ସଂଖ୍ୟାଗୁଡ଼ିକ ଆପଣଙ୍କ ଜୀବନରେ ବାରମ୍ବାର ଦେଖାଯାଏ । ଯେମିତିକି କୌଣଓ ରସିଦ ହେଉ କିମ୍ବା ଘଣ୍ଟା । ଏହି ସଂଖ୍ୟା ସବୁଠି ଥାଏ । କିନ୍ତୁ ଆପଣ ତାକୁ କିପରି ଭାବେ ଦେଖିଥାନ୍ତି ଏବଂ ତାହା କ’ଣ ସଙ୍କେତ ଦେଉଛି ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଯେତେବେଳେ ଏହି ସଂଖ୍ୟା କୌଣସି ତାରିଖ ଭାବେ ଆପଣଙ୍କ ସାମ୍ନାକୁ ଆସିଥାଏ, ଯେପରି ୪/୩/୨୧ ରେ ୪୩୨୧ କିମ୍ବା ୨/୨୨/୨୨ ରେ ୨୨୨୨୨, ତେବେ ଏହାର ଅର୍ଥ କୌଣସି ଜଣେ ବ୍ୟକ୍ତି ପାଇଁ ନୁହେଁ ବରଂ ସାରା ବିଶ୍ୱ ତଥା ବିଶ୍ୱବାସୀଙ୍କ ପାଇଁ ହୋଇଥାଏ ।

ସଂଖ୍ୟାରେ 123 ର ଅର୍ଥ କ’ଣ 

ସାଂଖ୍ୟ ବିଜ୍ଞାନନରେ, ପ୍ରତ୍ୟେକ ସଂଖ୍ୟାର ନିଜସ୍ୱ ନିର୍ଦ୍ଦିଷ୍ଟ ଅର୍ଥ ରହିଛି । ଯେତେବେଳେ ସେମାନେ ୧୨୩ ଭଳି ଏକ କ୍ରମରେ ଏକାଠି ଆସିଥାନ୍ତି, ତେବେ ଆପଣ ଏହାକୁ ଦେଖି ନିଶ୍ଚିତ ହୋଇଯାଆନ୍ତୁ ଯେ ଏହା ବିଶ୍ୱ ପାଇଁ ଏକ ବାର୍ତ୍ତା ନିଶ୍ଚିତ ।

ସଂଖ୍ୟା ୧: ସଂଖ୍ୟା ୧ର ଅର୍ଥ ହେଉଛି ନୂତନ ଆରମ୍ଭ

ସଂଖ୍ୟା ୨: ସଂଖ୍ୟା ୨ ଭାବନା ଏବଂ ଭଲ ସମୟ ସହିତ ଜଡିତ

ସଂଖ୍ୟା ୩: ଏହି ସଂଖ୍ୟା ଶିଖିବା ଏବଂ ଆଗକୁ ବଢ଼ିବା ପାଇଁ ହୋଇଥାଏ

ତେଣୁ, ଯେତେବେଳେ ଆପଣ ୧୨୩ ଦେଖୁଛନ୍ତିas, ଏହାର ଅର୍ଥ କିଛି ନୂଆ ଆରମ୍ଭ ଏବଂ କିଛି ଭଲ ହେବାକୁ ଯାଉଛି ।