Advertisment

କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ାରେ ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ !

କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ ।

ଅଦ୍ୟତନ ହୋଇଛି
undefined

KOTIA

Advertisment

ରାଜନୀତିର ସର୍ବାଗ୍ରେ ଯେଉଁ କୋଟିଆ ପଞ୍ଚାୟତ, ସେଇ ପଞ୍ଚାୟତ ମୁଖ୍ୟାଳୟକୁ ଛାଡ଼ିଦେଲେ ବାକି ଗାଁ ଗୁଡ଼ିକରେ କେମିତି ଦୁର୍ବିସହ ଜୀବନ, ଓଟିଭି ତାର ଚିତ୍ର ପରଖିଥିଲା କାଟ୍ରାଗଡ଼ାରେ । ସବୁଦିନିଆ ରାସ୍ତା, ସ୍ୱଚ୍ଛ ପାଣି ଓ ବିଜୁଳି, ସବୁ ଯେମିତି ଏଠି କେବଳ ମିଛ ପ୍ରତିଶ୍ରୁତିର କବଜାରେ। ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ ।

Advertisment

ଇଲାକା ଅପହଞ୍ଚ । ରାଜନୀତି ବି ଅପର୍ଯ୍ୟାପ୍ତ । ଆଉ ଅତି ଅସଜଡ଼ା ବାସ୍ତବ ଜୀବନର ଚିତ୍ର । ଆମେ କହୁଛୁ ରାଜନୀତିର ପଶାପାଲିରେ ଗୋଟି ଭଳି ଗଡୁଥିବା କୋରାପୁଟ ଜିଲ୍ଲା ର ବିବାଦୀୟ ପଞ୍ଚାୟତ କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ାର ଭିତିରି କଥା। ଗାଁକୁ ଯିବାକୁ ହେଲେ ପାହାଡ଼ ଉପରୁ ଲମ୍ବିଥିବା ଏଇ ଆବଡ଼ାଖବାଡ଼ା ବିପଜ୍ଜନକ ରାସ୍ତାରେ ଜୀବନକୁ ବାଜି ଲଗାଇବାକୁ ପଡ଼ିବ। ୫ବର୍ଷ ତଳୁ ରାସ୍ତା କାମ ହେବ ବୋଲି ଶୁଣି ଶୁଣି ଗାଁ ଲୋକଙ୍କ କାନ ବଧିରା ହୋଇଗଲାଣି।

ଅଧିକ ପଢ଼ନ୍ତୁ: କୋଟିଆକୁ ନେଇ ଘନେଇଲା ବିବାଦ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

Advertisment

ଦେଢ଼ ଶହରୁ ଅଧିକ ମଣିଷ ରହୁଥିବା ୪୦ରୁ ଅଧିକ ପରିବାରଙ୍କ ପାଖରେ ମୌଳିକ ସୁବିଧା କେବଳ ପ୍ରତିଶ୍ରୁତି ଓ କାଗଜ କଲମରେ ଚାଲିଛି । ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚିହ୍ନବର୍ଣ୍ଣ ନାହିଁ। ଅଧିକାଂଶ ଘର ଖପର ନହେଲେ ବଖୁରିକିଆ ଆଜବେଷ୍ଟସ । ବିଜୁଳି ଯାଇନି, ତାବଦଳରେ ସୌରଶକ୍ତି ଜରିଆରେ ଆଲୋକୀକରଣ ପାଇଁ ଖୁଣ୍ଟ ପଡ଼ି ପ୍ରୟାସ ତ ହୋଇଛି, ହେଲେ କେବେ ଚାଲୁ ହେବ କାହା ପାଖେ ଖବର ନାହିଁ। ସ୍ୱଚ୍ଛ ପିଇବା ପାଣି କଥା ଦୂରେ ଥାଉ ଅସ୍ୱଚ୍ଛ ପାଣିରେ ଚାଲୁଛି ଗାଧୁଆପାଧୁଆ । ମେଡିକାଲ ଏଠି ସାତ ସପନ, ରୋଗୀ ନେବାକୁ ଆମ୍ବୁଲାନ୍ସ ଆସିବା ଅସମ୍ଭବ ।

ଆନ୍ଧ୍ରର କୋଟିଆ କବଜା ଉଦ୍ୟମ ଖବର ସାମ୍ନାକୁ ଆସିବା ପରଠୁ ସେଠି ଓଡ଼ିଶା ସରକାରଙ୍କ ପକ୍ଷରୁ ହୋଇଛି କିଛି କିଛି ଉନ୍ନତିମୂଳକ କାମ । ପଞ୍ଚାୟତ ଅଫିସ୍, ମେଡିକାଲ ସାଙ୍ଗକୁ ରାସ୍ତା ବି ଚକାଚକ୍ ହୋଇଛି। ହେଲେ କୋଟିଆରୁ ମାତ୍ର ୪ କିଲୋମିଟର ଦୂରରେ ଏହି ପଞ୍ଚାୟତ ଅଧୀନରେ ଥିବା କାଟ୍ରାଗଡ଼ାକୁ ଏତେ ଅଣଦେଖା କାହିଁକି ? ନିର୍ବାଚନ ଆସିଲେ ନିରୀହ ଗାଁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ବର୍ଷା ହୁଏ ହେଲେ ତା ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ପଟାଙ୍ଗୀ ବିଧାୟକ କହିଛନ୍ତି କାଟ୍ରାଗଡ଼ାରେ ସବୁ ସମସ୍ୟା ବର୍ଷକ ଭିତରେ ସମାଧାନ ହୋଇଯିବ ।

Advertisment

ଦୀପ ତଳ ଅନ୍ଧାର ନ୍ୟାୟରେ ଅବହେଳାର ଚରମ ସୀମାରେ ସଢୁଥିବା କୋଟିଆ କାଟ୍ରାଗଡ଼ାର ଭାଗ୍ୟ କେବେ ବଦଳୁଛି ଏବେ ତାକୁ ଅପେକ୍ଷା ।

Kotia Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ