• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପ୍ରେମ ! ଏମିତି ଏକ ଶବ୍ଦ ଯାହାର ବର୍ଣ୍ଣନା ଯେତେ କଲେ ବି କମ ହେବ । ପ୍ରେମକୁ ଲୋକେ ଭିନ୍ନ ଭିନ୍ନ ଦିଗରୁ ଦେଖିଥାନ୍ତି । ପ୍ରେମର ଅନେକ ରୂପ ବୋଲି କୁହାଯାଏ । ଆପଣ ଟିଭି ହେଉ କିମ୍ବା ଫିଲ୍ମ କିମ୍ବା କୌଣସି କାହାଣୀରେ ପ୍ରେମ କାହାଣୀ ଶୁଣିଥିବେ । ଅଥବା ନିଜେ ପ୍ରେମର ଅନୁଭବ ମଧ୍ୟ କରିଥିବେ । ତେବେ ଆମେ ଆଜି ଯେଉଁ ନିଆରା ପ୍ରେମ କାହାଣୀ କଥା କହିବୁ ତାହା ଆପଣଙ୍କୁ ବିସ୍ମିତ କରିବ । କାରଣ ଏହି ପ୍ରେମ କାହାଣୀ କୌଣସି ଯୁବ ପିଢ଼ିଙ୍କର ନୁହେଁ । ଏହି ପ୍ରେମ କାହାଣୀରେ ଥିବା ଦୁଇ ପ୍ରେମୀ ଯୁଗଳଙ୍କ ବୟସ ୭୦ ଉପରେ ।

ତେଣୁ ଆମେ କହିବାକୁ ଚାହୁଁଛୁ, ପ୍ରେମ କେତେବଳେ ବି ଆଉ କୌଣସି ବି ବୟସରେ କାହାକୁ ବି ହୋଇପାରେ । ଆପଣଙ୍କୁ ୨୦ ବର୍ଷ ବୟସ ହୋଇଥାଉ କିମ୍ବା ୮୦ । ପ୍ରେମ କେତେବେଳେ ହେବ ତାହା କେହି କହିପାରିବେ ନାହିଁ ।

ବାବୁରାଓ ପାଟିଲ, ବୟସ ୭୫ । ଅନୁସୟା ସିନ୍ଦେ, ବୟସ ୭୦ । ମହାରାଷ୍ଟ୍ରର କୋଲାପୁର ଜିଲ୍ଲାରେ ଥିବା ଜାନକୀ ନାମକ ଏକ ବୃଦ୍ଧାଶ୍ରମରେ ରହୁଥିବା ବେଳେ ଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ସେଠାରେ ସେମାନେ ପାଖାପାଖି ଦୁଇ ବର୍ଷ ହେଲା ରହିଆସୁଛନ୍ତି ।

ବାବୁରାଓ ଏହି ବୃଦ୍ଧାଶ୍ରମକୁ ଆସିବା ପରେ ତାଙ୍କର ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଅନ୍ୟପଟେ ଅନୁସୟାଙ୍କ ସ୍ୱାମୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଥିଲା । ଆଉ ସେହି ବୃଦ୍ଧାଶ୍ରମରେ ଉଭୟଙ୍କ ଭେଟ ହୋଇଥିଲା । ଧିରେ ଧିରେ ଉଭୟଙ୍କ ମଧ୍ୟରେ ମିଳାମିଶା ବଢ଼ିଥିଲା । ଆଉ ଜଣେ ଜଣକର ସାହାରା ବନିବାକୁ ଲାଗିଲେ ।  

କିଛି ଦିନ ପୂର୍ବରୁ ବାବୁରାଓ ଅନୁସୟାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅନୁସୟା ଏହି ପ୍ରସ୍ତାବ ପାଇବା ପରେ ପ୍ରଥମେ ତ ରାଜି ହୋଇନଥିଲେ । କିନ୍ତୁ ପ୍ରାୟ ସପ୍ତାହେ ପରେ ସେ ବାବୁରାଓଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ଉଭୟଙ୍କ ମଧ୍ୟରେ ହିନ୍ଦୁ ରିତୀନୀତି ଅନୁସାରେ ଧୁମଧାମରେ ଉକ୍ତ ବୃଦ୍ଧାଶ୍ରମରେ ବିବାହ ସମ୍ପନ୍ନ ହୋଇଥିଲା ।