• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଫିଫା ବିଶ୍ୱକପ୍‌ ସରିଗଲା ହେଲେ ଏହାର କ୍ରେଜ୍‌ କିନ୍ତୁ ଏବେ ଯାଏଁ କମିଲାନି । ଫାଇନାଲ୍‌ରେ ଫ୍ରାନ୍ସକୁ ପେନାଲ୍ଟି ସୁଟ୍‌ ଆଉଟ୍‌ରେ ହରାଇ ବିଶ୍ୱ ବିଜେତା ସାଜିଲା ଆର୍ଜେଣ୍ଟିନା । ଫୁଟବଲ୍‌ ଦୁନିଆର ମ୍ୟାଜିସିଆନ୍‌ କୁହାଯାଉଥିବା ମେସିଙ୍କ ଯାଦୁ ଚାଲିଲା ତ ଆର୍ଜେଣ୍ଟିନାକୁ ମିଳିଲା ତାର ତୃତୀୟ ତଥା ସ୍ୱପ୍ନର ବିଶ୍ୱକପ୍ । କିନ୍ତୁ ଏହାର ସେଲିବ୍ରେସନ୍‌ କେବଳ ଆର୍ଜେଣ୍ଟିନାରେ ନୁହେଁ ବରଂ ଭାରତରେ ବି ଦେଖିବାକୁ ମିଳିଛି । ଫୁଟବଲ୍‌କୁ ଭଲ ପାଉଥିବା ଦମ୍ପତି ବିଶ୍ୱକପ୍‌ ଫାଇନାଲକୁ ଶୁଭ ମୁହୂର୍ତ୍ତ ମନେ କରି ବେଦିରେ ସାତ ଜନ୍ମର ଶପଥ ନେଇଛନ୍ତି । କେବଳ ବେଦିରେ ବାହା ହେଲେ ତାହା ନୁହେଁ ବରଂ ଫାଇନାଲ୍‌ର ପ୍ରତିଦ୍ୱନ୍ଦ୍ୱିଙ୍କ ଜର୍ସି ପିନ୍ଧି ଉଭୟ ଟିମ୍‌କୁ ସପୋର୍ଟ କଲେ ।

ଏଭଳି ନିଆରା ବାହାଘର କେରଳରେ ଦେଖିବାକୁ ମିଳିଛି । ବାହାଘରରେ ଦମ୍ପତି ଦୁଇ ଦଳର ଷ୍ଟାର ଖେଳାଳିଙ୍କ ଜର୍ସି ପିନ୍ଧି ବାହା ହେଉଛନ୍ତି । ଫିଲ୍ଡରେ ଯେପରି ଫ୍ୟାନ୍ସ ଦୁଇ ଦଳକୁ ସପୋର୍ଟ କରନ୍ତି, ସେହିପରି ବିବାହ ଦିନ ଦମ୍ପତି ଆର୍ଜେଣ୍ଟିନା ଓ ଫ୍ରାନ୍ସର ଜର୍ସି ପିନ୍ଧି ଦଳକୁ ସପୋର୍ଟ ବି କରୁଛନ୍ତି । ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । BBC ର ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏହି ଫଟୋକୁ ସେୟାର କରାଯାଇଛି ।

ଅଧିକ ପଢ଼ନ୍ତୁ: ଫିଫା ବିଶ୍ୱକପ୍‌ ବିଜୟ ପରେ ଆର୍ଜେଣ୍ଟିନାକୁ ମିଳିଛି ଏତିକି ଟଙ୍କା, ଜାଣନ୍ତୁ

ବାସ୍ତବରେ ଉଭୟ ବର ଓ କନ୍ୟା ଫୁଟବଲ ପ୍ରେମୀ । ଦୁହେଁ ଅଲଗା ଅଲଗା ଟିମ୍‌କୁ ଫାଇନାଲ୍‌ରେ ସପୋର୍ଟ ବି କରୁଥିଲେ । ବାହାଘରେ କନିଆଁ ଅଥିରା ନିଜର ଶାଢ଼ୀ ଉପରେ ଫ୍ରାନ୍ସର ଷ୍ଟାର ଖେଳାଳି କିଲିଅନ୍ ଏମ୍ବାପେଙ୍କ ଜର୍ସି ପିନ୍ଧିଥିବା ବେଳେ ବର ସଚିନ୍‌ ନିଜର ସେରୱାନୀ ଉପରେ ମେସିଙ୍କ ଜର୍ସି ପିନ୍ଧିଥିଲେ ।

ଆଶ୍ଚର୍ଯ୍ୟର କଥା ହେଉଛି ଦମ୍ପତି ଫାଇନାଲ ମ୍ୟାଚ୍‌ର ଗୋଟିଏ ବି ମୁହୂର୍ତ୍ତକୁ ନ ହରାଇବା ପାଇଁ କିଛି ଘଣ୍ଟା ପୂର୍ବରୁ ଜଲଦି ଜଲଦିରେ ବିବାହ ସମ୍ପର୍ଣ୍ଣ କରିଥିଲେ । ଏହାପରେ ଉଭୟ ନିଜର ରିସେପସନ୍‌ ପାର୍ଟି ଶେଷ କରି ୧୨୮ ମାଇଲ୍‌ ଦୂରରେ ଥିବା ସଚିନ୍‌ଙ୍କ ଘରକୁ ପୂରା ମ୍ୟାଚ୍‌ ଟାଇମ୍‌ରେ ପହଞ୍ଚିଥିଲେ ଏବଂ ମ୍ୟାଚ୍‌ରେ ଦୁଇ ଦଳକୁ ସପୋର୍ଟ କରିଥିଲେ । ତେବେ ଫୁଟବଲ୍‌ ପାଇଁ ଏମିତି ପ୍ରେମ ବୋଧ ହୁଏ, ବହୁତ କମ୍‌ ଦେଖିବାକୁ ମିଳେ ।