RERAର ଫି’ ବୃଦ୍ଧି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ, ବିଲ୍ଡର ଆଶ୍ୱସ୍ତ

ବର୍ଦ୍ଧିତ ଫି’ ଆଦାୟ ହେଲେ ସ୍ୱତନ୍ତ୍ର ଆକାଉଣ୍ଟରେ ଜମା ନିର୍ଦ୍ଦେଶ । ୬ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ କହିଲେ ହାଇକୋର୍ଟ ।

Apartment

ରେରାର ଫି’ ବୃଦ୍ଧି ସମ୍ପର୍କିତ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ । ବର୍ଦ୍ଧିତ ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି’ ଉପରେ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଯଦି ବି ବର୍ଦ୍ଧିତ ଫି ଆଦାୟ କରାଗଲା, ତେବେ ତାହା ଏକ ସ୍ୱତନ୍ତ୍ର ସୁଧଯୁକ୍ତ ଆକାଉଣ୍ଟରେ ଜମା କରିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ୮ରୁ ଅଧିକ ଫ୍ଲାଟ ନିର୍ମାଣ 

ହେଉଥିବା ପ୍ରୋଜେକ୍ଟ ଗୁଡିକର ପଞ୍ଜିକରଣ ଫି’ ବୃଦ୍ଧିକୁ ବିରୋଧ କରି ବିଲଡର ମହାସଂଘ ବା କ୍ରେଡ଼ାଇ ହାଇକୋର୍ଟ ଯାଇଥିଲା । ଏହି ଆବେଦନର ବିଚାର କରି କୋର୍ଟ ଏଭଳି ନିର୍ଦେଶ ଦେଇଛନ୍ତି ।

ପ୍ରୋଜେକ୍ଟ ରେଜିଷ୍ଟ୍ରସନ ଫି’ ୧୦ ଟଙ୍କା ବଦଳରେ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ନେଇ ଗତ ବର୍ଷ ଜୁଲାଇ ୨୮ ତାରିଖରେ ରେରା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଫି’ ନିର୍ଣ୍ଣୟ ପ୍ରସଙ୍ଗରେ ରେରାର କ୍ଷମତା ନଥିବା ଦର୍ଶାଇ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ମାମଲା ଦାୟର କରିଥିଲା ବିଲଡର ମହାସଂଘ CREDAI। ଏହି ଆବେଦନ ଆଧାରରେ ଜବାବ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାର ଏବଂ ରେରାକୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୬ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି କରାଯିବ ।