• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସୋନପୁର... ବସ୍ତ୍ର ଓ ବୟନ କ୍ଷେତ୍ରରେ ରାଜ୍ୟର ଏକ ଆଗୁଆ ଜିଲ୍ଲା । ସୁକ୍ଷ୍ମ ସୁତାକୁ ନେଇ ଏଠିକାର ବୁଣାକାର ଦେଖାନ୍ତି କାରନାମା । ଜିଲ୍ଲାର ବୁଣାକାର ଏତେ ସିଦ୍ଧହସ୍ତ ଯେ ମନରେ ଭାବୁଥିବା ପ୍ରତ୍ୟେକଟି କଥାକୁ ସେମାନେ ଅବିକଳ ଆଙ୍କି ପାରନ୍ତି ବସ୍ତ୍ର ଉପରେ । ଯେଉଁଥି ପାଇଁ ସ୍ଥାନୀୟ ବୁଣାକାରଙ୍କୁ ପୂରା ଦେଶର ମିଳୁଛି ସମ୍ମାନ ।

ଜିଲ୍ଲାରେ ଅହରହ ୬ ହଜାର ତନ୍ତରେ ବସି ଲୁଗା ବୁଣୁଛନ୍ତି ଏଠିକାର ବୁଣାକାର ପରିବାର । ସେମାନଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ସୁକ୍ଷ୍ମ ସୁତା । ବିଦ୍ୟାବାଲାନ ଶାଢିଠୁ ନେଇ,ଗଣିତ ଶାଢୀ,ମାଆ ଶାଢୀ,ଫ୍ରେଣ୍ଡସିପ ଶାଢୀ ଏବଂ ଗଂଜପା ଶାଢୀ ଭଳି ଅନେକ ଶାଢୀ ଜିଲ୍ଲାର ବୁଣାକାରଙ୍କୁ ଦେଇଛି ରାଜ୍ୟ ତଥା ଜାତୀୟ ସମ୍ମାନ । ହେଲେ ବଜାର ସୁବିଧା ସେତେଟା ଭଲ ନଥିବାରୁ ସେମାନେ ଭଲ ଦୁଇ ପଇସା ରୋଜଗାର କରିପାରୁନାହାନ୍ତି । ତେଣୁ ଉପଯୁକ୍ତ ବଜାର ବ୍ୟବସ୍ଥା କରାଗଲେ ରୋଜଗାର ହେବ ବୋଲି କହୁଛନ୍ତି ବୁଣାକାର ପରିବାର ।

ସୁକ୍ଷ୍ମ ସୂତାର ବସ୍ତ୍ର ପିନ୍ଧାଉଥିବା ବୁଣାକାର ସମ୍ପ୍ରଦାୟଙ୍କ ପାଇଁ ସରକାର ଅନେକ ବ୍ୟବସ୍ଥା କରୁଛନ୍ତି । ଯୁଗ ବଦଳିବା ସହ ସେମାନଙ୍କ ବସ୍ତ୍ର ବୁଣିବା ପଦ୍ଧତିରେ ବି ଅନେକ ପରିବର୍ତ୍ତନ ହୋଇଛି । ସରକାରୀ ଭାବରେ ବି ବସ୍ତ୍ର ବୁଣିବାକୁ ସହଜ ଓ ସୁଗମ କରିବାକୁ ଦିଆଯାଉଛି ଅନେକ ତନ୍ତ ସାମଗ୍ରୀ । ଖାଲି ଏତିକି ନୁହେଁ ବରଂ ସୁବର୍ଣ୍ଣପୁର ଜିଲ୍ଲା ବୟନ ବିଭାଗ ପକ୍ଷରୁ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବୁଣାକାରମାନଙ୍କୁ ତନ୍ତ ସାମଗ୍ରୀ ପ୍ରଦାନ କରାଯାଉଛି । ଯାହାକୁ ନେଇ ଏବେ ବେଶ ଖୁସି ବ୍ୟକ୍ତ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବୁଣାକାର ।

 

  • Reported by:
  • Rabindra Hota