Advertisment

ଗାଁ ପିଲାର ଚିକିତ୍ସା ପାଇଁ ଏକାଠି ହୋଇ ଭିକ୍ଷା ବୃତ୍ତି କରୁଛନ୍ତି ଗ୍ରାମବାସୀ

କଟକରେ ଚିକିତ୍ସା ଅବହେଳା ହେବାରୁ ସନ୍ତୋଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Humanity

Humanity

ହାତରେ ପ୍ଲାଷ୍ଟିକ ମୁଣା ଧରି ବୁଲୁଛନ୍ତି ମାଳ ମାଳ ଯୁବକ । ଗାଁର ପ୍ରତ୍ୟେକ ଘରୁ ମଗା ହେଉଛି ଟଙ୍କା ଓ ଚାଉଳ । ଏହାକୁ ଆପଣ ଭିକ୍ଷା ବୃତ୍ତି ବୋଲି ମଧ୍ୟ କହିପାରିବେ । କିନ୍ତୁ ଏହି ଭିକ୍ଷା ବୃତ୍ତି ଜଣଙ୍କର ଜୀବନ ବଞ୍ଚାଇବା ପାଇଁ କରାଯାଉଛି । ଗାଁର ଦୁର୍ଘଟଣାଗ୍ରସ୍ତ ଜଣେ ଯୁବକଙ୍କ ଚିକିତ୍ସା ପାଇଁ ଭିକ୍ଷା ବୃତ୍ତି କରି ଟଙ୍କା ଯୋଗାଡ କରୁଛନ୍ତି ଗ୍ରାମବାସୀ । ଏହିପରି ଏକ ବିରଳ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ, ଶ୍ୟାମସୁନ୍ଦରପୁର ପଞ୍ଚାୟତ ଚକାପଦା ଗାଁରେ ଦେଖିବାକୁ ମିଳିଛି।

Advertisment

ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ହେଉଛନ୍ତି ସନ୍ତୋଷ କୁମାର ବାରିକ । ସେ ଜଣେ ଦିନ ମଜୁରିଆ । ଗତ ୨୫ ତାରିଖ ଦିନ କାମ ସାରି ରାତିରେ ଘରକୁ ଫେରୁଥିବା ବେଳେ ସନ୍ତୋଷ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣା ଘଟାଇବା ପରେ ଅଜଣା ଗାଡିଟି ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରି ସନ୍ତୋଷଙ୍କୁ ପ୍ରଥମେ ଖଇରା ମେଡିକାଲକୁ ନେଇଯାଇଥିଲେ । ଅଧିକ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ଚିକିତ୍ସା ଅବହେଳା ହେବାରୁ ସନ୍ତୋଷଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସନ୍ତୋଷଙ୍କ ଚିକିତ୍ସାରେ ଏବେ ଅର୍ଥ ବାଧକ ସାଜିଛି । ଦୁର୍ଘଟଣାରେ ସନ୍ତୋଷଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ବହୁତ ଗୁଡାଏ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିବା ପରିବାର ଲୋକ କହିଛନ୍ତି । ସନ୍ତୋଷ ତାଙ୍କ ପରିବାବରର ଜଣେ ମାତ୍ର ରୋଜଗାରିଆ ଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ବାପା ବି ରୋଗଗ୍ରସ୍ତ, ଆଉ ମାଆ ଜଣେ ଭିନ୍ନକ୍ଷମ । ତେଣୁ ସନ୍ତୋଷଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବାକୁ ଚକାପଦା ଗାଁର ଯୁବକମାନେ ଏକାଠି ହୋଇ ଦୁଆର ଦୁଆର ବୁଲି ଭିକ୍ଷା ବୃତ୍ତି କରୁଛନ୍ତି । ସନ୍ତୋଷଙ୍କୁ ସହାୟତା କରିବା ପାଇଁ ଅନେକ ବୈଦାନ୍ୟ ବ୍ୟକ୍ତି ଆଗେଇ ଆସିଥିବା ଗ୍ରାମବାସୀମାନେ କହିଛନ୍ତି।

Advertisment

ସନ୍ତୋଷଙ୍କର ପତ୍ନୀ ନୟନା ବାରିକ ଚିକିତ୍ସା ପାଇଁ ମେଡ଼ିକାଲରେ ରହିଥିବା ବେଳେ ଦୁଃଖରେ ଭାଂଗିପଡିଛନ୍ତି ବୃଦ୍ଧ ବାପା ମାଆ। ସନ୍ତୋଷ ଜଣେ ପରୋପକାରୀ ବ୍ୟକ୍ତି ହୋଇଥିବାରୁ ଏବେ ଗାଁ ଲୋକେ ତାଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି। ସନ୍ତୋଷଙ୍କୁ ପ୍ରଶାସନ କିମ୍ବା କେହି ସହୃଦୟ ବ୍ୟକ୍ତି ସହାୟତା କରିବା ଆବଶ୍ୟକ। ଯଦ୍ୱାରା ତାଙ୍କ ଜୀବନ ବଞ୍ଚିବା ସହିତ ପରିବାରର ବାପା, ମାଆ, ସ୍ତ୍ରୀ ଓ ଝିଅ ବି ବଂଚିପାରନ୍ତେ ବୋଲି ଗାଁ ଲୋକ କହିଛନ୍ତି।

(ରିପୋର୍ଟ- ନିରଞ୍ଜନ ବେହେରା, ସୋର)

Human Interest
Advertisment
Advertisment