Advertisment

ଏମିତି ହେଉଛି ସରକାରୀ କାମ ! ନିର୍ମାଣର ୭ ଦିନ ପରେ ଭୁଶୁଡ଼ିଗଲା ଦର୍ଶକ ଗ୍ୟାଳେରୀ

ବାଙ୍କି ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକଙ୍କ ପାଇଁ ନୂଆ କରି ତିଆରି ହୋଇଥିଲା ଗ୍ୟାଲେରୀ । ଆଉ ଗ୍ୟାଲେରୀ ଲୋକାର୍ପଣ ହେବାର ମାତ୍ର ୭ ଦିନରେ ତାହା ଭୁଶୁଡ଼ି ପଡ଼ିଛି ।

ଅଦ୍ୟତନ ହୋଇଛି
Cuttack Stadium Gallery Collapses

Gallery

Advertisment

ଏମିତି ହେଉଛି ସରକାରୀ ନିର୍ମାଣ କାମ । ଭୁଶୁଡ଼ିଗଲା ଦର୍ଶକ ଗ୍ୟାଲେରୀ । ଲୋକାର୍ପଣ ହେବାର ମାତ୍ର ୭ ଦିନ ପରେ ଭୁଶୁଡ଼ି ପଡ଼ିଛି ଦର୍ଶକ ଗ୍ୟାଲେରୀ । ଏଭଳି ଏକ ଦୁର୍ଭଗ୍ୟଜନକ ତଥା ଲଜ୍ଜାଜନକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ବାଙ୍କି ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକଙ୍କ ପାଇଁ ନୂଆ କରି ତିଆରି ହୋଇଥିଲା ଗ୍ୟାଲେରୀ । ଆଉ ଗ୍ୟାଲେରୀ ଲୋକାର୍ପଣ ହେବାର ମାତ୍ର ୭ ଦିନରେ ତାହା ଭୁଶୁଡ଼ି ପଡ଼ିଛି ।

Advertisment

ଆଜି ଭୋର ସମୟରେ ଅସାରାଏ ବର୍ଷା ହୋଇଥିଲା । ଆଉ ଏହି ବର୍ଷା ଯୋଗୁ ଏହା ଭୁଶୁଡି ପଡିଛି । ବାଙ୍କୀ ପୂର୍ତ୍ତ ବିଭାଗ ଜରିଆରେ ଠିକାଦାର ଏହାର ନିର୍ମାଣ କାର୍ଯ୍ୟ କରିଥିଲେ। ଗତ ୨୩ ତାରିଖରେ ସାଧାରଣଲୋକ ତଥା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଲୋକାର୍ପଣ କରିଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଗ୍ୟାଲେରୀ ଭୁଶୁଡ଼ିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଚାପା ଉତ୍ତେଜନା ଦେଖଯାଇଛି । କିଛି ଲୋକ କଣ୍ଟ୍ରାକ୍ଟରଙ୍କୁ ଦାୟୀ କରିବା ସହ ଅନ୍ୟ କିଛି ଲୋକ ପିସି କାରବାର ଯୋଗୁ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା କହିଛନ୍ତି । ଗ୍ୟାଲେରୀ ଭୁଶୁଡ଼ିବା କଥା ଶୁଣି ସେଠାରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ଆଉ ଦେଖିଥିଲେ ଇଟା ଯୋଡ଼େଇରେ ସିମେଣ୍ଟ କମ୍ ବାଲି ବେଶି ରହିଛି । ଯାହାଫଳରେ ଅସରାଏ ବର୍ଷାରେ ତାହା ଭୁଶୁଡ଼ିଯାଇଛି । ଏମିତିକି ଏଠାରେ ଲାଗିଥିଲା ଷ୍ଟିଲ ରେଲିଂ ମଧ୍ୟ ଉପୁଡ଼ି ପଡ଼ିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ