• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଧନୀ ଠୁ ଗରିବ ସମସ୍ତଙ୍କ ପସନ୍ଦ ଚା’ । ଗୋଟିଏ କପ୍‌ ଚା’ ପିଇବା ପରେ ପୁରା ଫ୍ରେଶ୍‌ ଲାଗିଥାଏ । ଐତିହାସିକ କଟକ ବାଲିଯାତ୍ରାକୁ ନେଇ ଲୋକଙ୍କ ମନରେ ଯେତିକି ଉତ୍ସାହ ତା’ଠୁ ଅଧିକ ନୂଆ ନୂଆ ଜିନିଷକୁ ନେଇ । ପ୍ରତିବର୍ଷ ବାଲିଯାତ୍ରାରେ ନୂଆ ନୂଆ ଷ୍ଟଲ୍‌ ପଡ଼ୁଥିବା ବେଳେ ଏଥର ବାଲିଯାତ୍ରାରେ ପଡ଼ିଛି ଭିନ୍ନ ଏକ ନାଁ ଥିବା ଚା’ ଦୋକାନ। ଯାହାର ନାଁ ରହିଛି- ଗବ୍ବର ଚାଏ

ଏହି ଚା’ର ନାଁ ଶୁଣିବାକୁ ଯେମିତି ରୋଚକପୂର୍ଣ୍ଣ, ସେତିକି ସୁଆଦିଆ । ସେଥିପାଇଁ ତ ଦୋକାନରେ ଗ୍ରାହକଙ୍କ ଭିଡ଼ ହଟିବାର ନାଁ ନେଉନି । ଏହି ଗବ୍ବର ଚାଏର ଦାମ୍‌ ୪୦ ଟଙ୍କା ରଖାଯାଇଛି । ବାହାରେ କମ୍‌ ଦାମ୍‌ରେ ଚା’ ମିଳୁଥିଲେ ମଧ୍ୟ ଗବ୍ବର ଚାଏ ପିଇବାକୁ ଲୋକଙ୍କ ଭିଡ଼ ଜମୁଛି । କାହିଁକି ନାଁ ଏହି ଚା’ ଅନ୍ୟ ଚା’ଠୁ ବହୁତ ଭଲ ଥିବା ଗ୍ରାହକ କହିଛନ୍ତି । 

ଦୋକାନୀଙ୍କ କହିବା ଅନୁସାରେ, ଏହି ଚା’ ପ୍ରସ୍ତୁତରେ ବିଶେଷ ପ୍ରକାରର ମସଲା ବ୍ୟବହାର କରାଯାଉଛି । ଏହାସହ ବିଭିନ୍ନ ପ୍ରକାରର ଚା’ ମିଳୁଛି । 

OTV is now on Whatsapp

Join and get latest news update delivered to you via whatsapp

Join Now