/odishatv-khabar/media/post_attachments/uploadimage/library/16_9/16_9_0/train_fire_1701914854.jpg)
train fire
ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀରେ ଅଗ୍ନିକାଣ୍ଡ । କଟକ ଷ୍ଟେସନରେ ଟ୍ରେନ୍ରେ ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା ମିଳିଛି । ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି ।
ଯାତ୍ରୀଙ୍କ କହିବା ଅନୁସାରେ ହଠାତ୍ ଟ୍ରେନ୍ର ବ୍ରେକ୍ ଜାମ୍ ହୋଇ ଯାଇଥିଲା । ଆଉ ସେଥିରୁ ହିଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ ହୋଇ ତୁରନ୍ତ ଟ୍ରେନ୍ରୁ ଓହ୍ଲାଇ ପଡ଼ିଥିଲେ । ତେବେ ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ସୌଭାଗ୍ୟର କଥା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି, କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଗୋଟିଏ ବଡ଼ ଦୁର୍ଘଟଣାରୁ ସମସ୍ତେ ବର୍ତ୍ତି ଯାଇଥିବା କଥା କୁହାଯାଇଛି ।
ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଭୁବନେଶ୍ବରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀରେ ଅଗ୍ନିକାଣ୍ଡ । କଟକ ଷ୍ଟେସନରେ ଗୋଟିଏ ବଗି ତଳେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ ।..#Cuttack#Odishapic.twitter.com/wwSDCLeOEA
— ଓଟିଭି (@otvkhabar) December 7, 2023
ସେପଟେ କଟକର ୨ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ଏହି ଟ୍ରେନ୍ରେ ନିଆଁ ଲାଗିବା ପରେ ଅନ୍ୟ ଟ୍ରେନ୍ ଗୁଡ଼ିକ ମଧ୍ୟ ଅଟକି ରହିଛି । ଏବେ ସୁଦ୍ଧା ଟ୍ରେନ୍ ଛାଡ଼ିବା ପାଇଁ ଘୋଷଣା ହୋଇସାରିଥିବା କହିଛନ୍ତି ଯାତ୍ରୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟ୍ରେନ୍ ଛାଡ଼ି ନାହିଁ । ରେଲୱେ କର୍ତ୍ତୃପକ୍ଷଙ୍କ ଅନୁସାରେ, ଟେକ୍ନିକାଲ ଟିମ୍ର ଅନୁମତି ପରେ ଟ୍ରେନ୍ ଛାଡ଼ିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)