ଏମିତି ବିବାହ ଆପଣ କେବେ ଦେଖିନଥିବେ... ଥରେ ଦେଖନ୍ତୁ

ବିବାହ ସରିବା ପରେ କନ୍ୟାର ବିଦାୟୀ ପାଇଁ ଏକ ଡୋଲିର ବ୍ୟବସ୍ଥା ମଧ୍ୟ ହୋଇଥିଲା । ବିବାହ କାର୍ଯ୍ୟକ୍ରମରେ ଗୀତ ନାଚର ବି ଆୟୋଜନ କରାଯାଇଥିଲା ।

Marriage

ଏମିତି ବିବାହ ଆପଣ କେବେ ବି ଦେଖିନଥିବେ । ଯାହା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି । ଆପଣ ଏଠି ଆମ ସହ ଯୁକ୍ତି କରିପାରିବେ ଯେ, ଏମିତି କେମିତି ବିବାହ ଯେ, ଲୋକ ଦେଖିନଥିବେ । ତେବେ ଆମେ ଆପଣଙ୍କୁ ଆଉ ଦ୍ୱନ୍ଦ୍ୱରେ ରଖିବାକୁ ଚାହୁଁନୁ । ସିଧା ସିଧା କହୁଛୁ ଆମେ କହୁଛୁ ଦୁଇଟି କୁକୁରଙ୍କ ମଧ୍ୟରେ ବିବାହ । ଆଉ ଏହି ବିବାହ ଏମିତି ସେମିତି ନୁହେଁ । ଅବିକଳ ମଣିଷ ବିବାହ ଭଳି ହେଉଛି କୁକୁରଙ୍କ ବିବାହ ।

ଅଧିକ ପଢ଼ନ୍ତୁ: କୁମ୍ଭୀରକୁ ବାହା ହେଲେ ମେୟର୍‌; ବିବାହରେ ଯୋଗଦେଲେ ହଜାର ହଜାର ଲୋକ...

କୁକୁରଙ୍କୁ ବର-କନ୍ୟା ଭାବେ ସଜାଯାଇଛି । ବରକୁ ଏକ କାର (ଖେଳନା କାର) ଯୋଗେ ଅଣାଯାଉଛି । ଏଥିରେ ବରଯାତ୍ରୀ ବି ସାମିଲ ଅଛନ୍ତି । ସେପଟେ କନ୍ୟାକୁ ମଧ୍ୟ ଏକ ଭିନ୍ନ ଢ଼ଙ୍ଗରେ ଅଣାଯାଇଛି । ଚାରି ଜଣ ମହିଳା ଏକ ଓଢ଼ଣି ଧରିଥିଲେ, ଆଉ ତାରି ତଳେ କନ୍ୟା କୁକୁରକୁ ବୋହୁ ଭଳି ସଜାଇ ଅଣାଯାଇଛି । ଏହି ବିବାହକୁ ଯିଏ ବି ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।

ଖାଲି ସେତିକିରେ ସରି ନାହିଁ । ସେମାନଙ୍କ ପାଇଁ ଏକ ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ବିବାହ କାର୍ଯ୍ୟକ୍ରମରେ ଅନେକ ଅତିଥିଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ସେମାନଙ୍କ ପାଇଁ ଏକ ଭବ୍ୟ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା । ଏହାସହ ବିବାହ ସରିବା ପରେ କନ୍ୟାର ବିଦାୟୀ ପାଇଁ ଏକ ଡୋଲିର ବ୍ୟବସ୍ଥା ମଧ୍ୟ ହୋଇଥିଲା । ବିବାହ କାର୍ଯ୍ୟକ୍ରମରେ ଗୀତ ନାଚର ବି ଆୟୋଜନ କରାଯାଇଥିଲା ।

ଏବେ କୁହନ୍ତୁ ଆପଣ ଏମିତି ବିବାହ କେବେ ଦେଖିଥିଲେ ନା ନାହିଁ । ତେବେ ଏହି ବିବାହ ଖବର ପ୍ରକାଶ ପାଇବା ପରେ ଅନେକ ଅନାବଶ୍ୟକ ତୁଚ୍ଛା ପ୍ରହସନ ବୋଲି କହିବା ସହ ଅନେକ ଏଭଳି ଭିଡିଓ ଦେଖି ଖୁସି ଅନୁଭବ କରିଛନ୍ତି ।