Advertisment

‘ଝିଅର ଆତ୍ମା ପାଇଁ ଉପଯୁକ୍ତ ବରପାତ୍ର ଆବଶ୍ୟକ’..ବିଜ୍ଞାପନ ଦେଲେ ପରିବାର ଲୋକ

ବିଜ୍ଞାପନରେ ଏହା ମଧ୍ୟ ଲେଖାଯାଇଥିଲା, 'ପ୍ରାୟ ୩୦ ବର୍ଷ ପୂର୍ବେ ଝିଅଟିର ମୃତ୍ୟୁ ହୋଇସାରିଛି। ଯଦି ସମାନ ଜାତି ଓ ଭିନ୍ନ ଗୋତ୍ରର କୌଣସି ପୁଅ ଅଛନ୍ତି, ଯିଏକି ୩୦ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ପରିବାର ‘ପ୍ରିଥା ମଦୁଭେ' କରିବାକୁ ଇଚ୍ଛୁକ, ସେମାନେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ।

author-image
Sonali Ojha
ଅଦ୍ୟତନ ହୋଇଛି
Family Seeks 'Spirit' Groom For Daughter

Family Seeks 'Spirit' Groom For Daughter

ଆଜିକାଲି ବିଭିନ୍ନ ମ୍ୟାଟ୍ରିମୋନିଆଲ୍ ସାଇଟ୍‌ରେ ବିବାହ ପାଇଁ ପାତ୍ର ଅଥବା ପାତ୍ରୀ ଖୋଜା ହେଉଛି। ବିଜ୍ଞାପନ ଦେଖି ଲୋକେ ଉପଯୁକ୍ତ ପାତ୍ର ଚୟନ କରୁଛନ୍ତି। ଖବରକାଗଜରେ ବିବାହ ବିଜ୍ଞାପନ ଦିଆଯାଉଛି। ଏଥିରେ ପରିବାର ଲୋକ ସେମାନଙ୍କ ପିଲାମାନଙ୍କ ପାଇଁ ଉପଯୁକ୍ତ ବର କିମ୍ବା କନ୍ୟା ପାତ୍ର ଖୋଜିବା ପାଇଁ ବିଜ୍ଞାପନ ଦେଇଥାଆନ୍ତି। ମାତ୍ର ଆପଣ କଣ କେବେ ମୃତ ଝିଅ ପାଇଁ ବର ଖୋଜା କଥା ଶୁଣିଛନ୍ତି? ବିବାହ ପାଇଁ ଏପରି ବିଜ୍ଞାପନ ଦେଖିଛ କି ଜଣେ ଆତ୍ମା ପାଇଁ ଜୀବନସାଥି ଖୋଜାଯାଉଛି?

Advertisment

ଏପରି ଏକ ବିଜ୍ଞାପନ କର୍ଣ୍ଣାଟକର ଏକ ଖବରକାଗଜରେ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ଚର୍ଚ୍ଚା। ଦକ୍ଷିଣ କନ୍ନଡର ପୁତ୍ତୁରର ଏକ ପରିବାର ଏପରି ଏକ ବି‍ଜ୍ଞାପନ ଦେଇଛନ୍ତି। ଏଥିରେ ସେ ୩୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଝିଅର ବିବାହ ପାଇଁ ବର ଖୋଜୁଥିବା ଉଲ୍ଲେଖ କରିଛନ୍ତି। ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏହା କେଉଁ ପ୍ରକାର ପରିବାର? ପ୍ରକୃତରେ ଦକ୍ଷିଣ କନ୍ନଡରେ ଏକ ସମ୍ପ୍ରଦାୟ ଅଛି, ଯେଉଁଠି ମୃତ ଅବିବାହିତ ସନ୍ତାନମାନଙ୍କର ଆତ୍ମାର ବିବାହର ଆୟୋଜନ କରାଯାଏ। ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରା ଆଜି ବି ଲୋକମାନେ ପାଳନ କରୁଛନ୍ତି। ଯାହାକୁ 'କୁଲେ ମାଡିମ୍' ବା 'ପ୍ରିଥା ମଦୁଭେ' କୁହାଯାଏ ।

'କୁଲେ ମାଡିମ୍'ହେଉଛି ଆତ୍ମାଙ୍କ ମଧ୍ୟରେ ହେଉଥିବା ଏକ ବିବାହ। ତୁଲୁନାଡୁ-ଦକ୍ଷିଣ କନ୍ନଡ ଏବଂ ଉଦୁପି ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ପ୍ରଥା ପ୍ରଚଳିତ। ଏକ ସପ୍ତାହ ପୂର୍ବରୁ ସ୍ଥାନୀୟ ଖବରକାଗଜରେ ପ୍ରକାଶିତ ବିଜ୍ଞାପନରେ କୁହାଯାଇଥିଲା ଯେ କୁଲାଲ ଜାତିର ଓ ବାଙ୍ଗେରା ଗୋତ୍ରର ଝିଅ ପାଇଁ ପୁଅ ଆବଶ୍ୟକ।

Advertisment

ବିଜ୍ଞାପନରେ ଏହା ମଧ୍ୟ ଲେଖାଯାଇଥିଲା, 'ପ୍ରାୟ ୩୦ ବର୍ଷ ପୂର୍ବେ ଝିଅଟିର ମୃତ୍ୟୁ ହୋଇସାରିଛି। ଯଦି ସମାନ ଜାତି ଓ ଭିନ୍ନ ଗୋତ୍ରର କୌଣସି ପୁଅ ଅଛନ୍ତି, ଯିଏକି ୩୦ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି ଏବଂ ତାଙ୍କ ପରିବାର ପ୍ରିଥା ମଦୁଭେ' କରିବାକୁ ଇଚ୍ଛୁକ, ସେମାନେ ଦିଆଯାଇଥିବା ଫୋନ୍ ନମ୍ବରରେ ଯୋଗାଯୋଗ କରିପାରିବେ।

ମୃତ ଝିଅର ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ସେମାନେ ଗତ ସୋମବାର ବିଜ୍ଞାପନ ଦେଇଛନ୍ତି। ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ କେହି ଏହି ବିଜ୍ଞାପନ ପୋଷ୍ଟ କରିଛନ୍ତି। ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇବା ପରେ ପ୍ରାୟ ୫୦ ଜଣ ଲୋକ ଯୋଗାଯୋଗ କରିଥିଲେ ଏବଂ ଶୀଘ୍ର ରୀତିନୀତି ଅନୁଯାୟୀ ଏକ ତାରିଖ ସ୍ଥିର କରାଯିବ। '

ସେ କହିଛନ୍ତି ଯେ ପାଞ୍ଚ ବର୍ଷ ଧରି ସେମାନେ ରୀତିନୀତି ଅନୁଯାୟୀ ଉପଯୁକ୍ତ ବରପାତ୍ର ଖୋଜିବାକୁ ଚେଷ୍ଟା କରୁଛନ୍ତି। ବିଜ୍ଞାପନ ଦେବାବେଳେ, ଆମେ ଚିନ୍ତିତ ଥିଲୁ ଯେ ଆମକୁ ଟ୍ରୋଲ କରାଯିବ, କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ରୀତିନୀତି ବିଷୟରେ ଅନେକ ସଚେତନତା ଆଣିଛି । କୌତୁହଳର ବିଷୟ, ବିଭିନ୍ନ ଜାତିର ଅନେକ ଲୋକ ଏହି ପ୍ରଥା ବିଷୟରେ ଜାଣିବା ପାଇଁ ପହଞ୍ଚିଛନ୍ତି। '

'କୁଲେ ମାଡିମ୍' ବା 'ପ୍ରିଥା ମଦୁଭେ' କ’ଣ?

ବିଶ୍ୱାସ ରହିଛି ଯେ, ମୃତ ବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ପାଇଁ ଏପରି କରାଯାଏ। ଅସମୟରେ ଅବିବାହିତ ଯୁବକ କିମ୍ୱା ଯୁବତୀଙ୍କର ମୃତ୍ୟୁ ଘଟିଲେ ଏହି ପ୍ରଥା କରାଯାଏ। ଏପରି କରିବା ଦ୍ୱାରା ସମସ୍ତ ପ୍ରତିବନ୍ଧକ ଦୂର ହୋଇଯାଏ। ଏହା ଏକ ରୀତିନୀତି ଯାହାକି ପିତୃ ଆରାଧନା ବା ପିତୃପୁରୁଷଙ୍କ ପୂଜାପାଠର ଏକ ଅଂଶ। ଜାତି ଆଧାରରେ ରୀତିନୀତି ଅଲଗା ହୋଇପାରେ, ମାତ୍ର ଏହା ପ୍ରାୟତଃ ଜୀବନ୍ତ ବ୍ୟକ୍ତିଙ୍କ ବିବାହ ପରି ସମାନ ଢଙ୍ଗରେ କରାଯାଏ ।

Bridegroom Marriage Party
Advertisment
Advertisment