• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଫାର୍ମରେ ବଢୁଛନ୍ତି କୁକୁଡା...ଏପଟେ କ୍ଷେତରେ ଚାଲିଛି ହଳ । ଆମ୍ବ ଗଛରେ ପେନ୍ଥା ପେନ୍ଥା ଆମ୍ବ ଫଳିଲାଣି । ପୁଣି ଗଛରୁ ତୋଳାଯାଇ ଛନଛନିଆ ପୋଟଳ ସବୁକୁ ବସ୍ତାରେ ପୂରାଗଲାଣି ବିକ୍ରି ହେବା ଲାଗି । ଏ ସବୁ ଦେଖିବା ପରେ ବୁଝାପଡିବ ଯେ ଏହା ସବୁ ଚାଷ କରାଯାଉଛି ଆଉ ବିକ୍ରି ଲାଗି ଯାଉଛି । ହେଲେ ଏ ଚାଷ ପଛରେ ଯେଉଁ ଚାଷୀଙ୍କର ଅକ୍ଲାନ୍ତ ପରିଶ୍ରମ ଅଛି ତାହା ଜାଣିବା ପରେ ଆପଣ ବି ତାଙ୍କୁ ସାଲ୍ୟୁଟ୍‌ କରିବେ ।

ପେଶାରେ ମେକାନିକାଲ ଇଂଜିନିୟର, ହେଲେ ନିଶା ଚାଷ । ବିଟେକ୍ କରି ଏବେ ପାଲଟିଛନ୍ତି ସଫଳ ଚାଷୀ...ଏତେ ପାଠ ପଢିବା ପରେ ସେ ଚାକିରି ପଛରେ ଧାଉଁନଥିଲେ ବରଂ କେମିତି ନିଜେ ସ୍ୱାବଲମ୍ବୀ ହେବେ ଓ ଆଖପାଖ ଲୋକଙ୍କୁ ଟଙ୍କା ରୋଜଗାରର ରାସ୍ତା ଦେଖାଇବେ ସେହି ଚିନ୍ତାରେ ଥିଲେ ଅନୁଗୁଳୁ ଜିଲ୍ଲା ଛେଣ୍ଡିପଦା କୋରଡ଼ା ଗାଁର ରମଣୀ ରଞ୍ଜନ ଦାଶ । ସ୍ୱାବଲମ୍ବୀ ହେବାର ନିଶା ତାଙ୍କୁ ଏମିତି ଘାରିଥିଲା ଯେ ଆଜି ସିଏ ଜଣେ ନାମକରା ଚାଷୀ ।

ରମଣୀ ପାଖାପାଖି ୧୫ ଏକର ଜମିରେ ବିଭିନ୍ନ କିସମର ଚାଷ କରି ଏବେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଅଞ୍ଚଳର ପ୍ରାୟ ୧୫ଟି ପରିବାରକୁ ଯୋଗାଇଛନ୍ତି ରୋଜଗାର । ରମେଶ ନିଜ ବଗିଚାରେ ଭଳିକି ଭଳି ଆମ୍ବ , ବିଭିନ୍ନ କିସମର ଫଳ ଓ ପନିପରିବା ଚାଷ କରୁଛନ୍ତି । ଖାଲି ଫଳ କି ପନିପରିବା ନୁହେଁ ବରଂ ଉନ୍ନତମାନର କୁକୁଡା ଚାଷ କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି ।

ଜାଣିଆଶ୍ଚର୍ଯ୍ୟ ହେବେ କି,ରମଣୀ ସଫଳଚାଷୀ ଭାବେ ଏମିତି ପରିଚୟ ପାଇଛନ୍ତିଏଯ, ପାଖଆଖ ଅଂଚଳରୁ ଲୋକମାନେ ଆସି ତାଙ୍କଠାରୁ ଶିଖୁଛନ୍ତି ଚାଷର ଶୈଳୀ । ଖାଲି ଚାଷ ଶିଖୁଛନ୍ତି ତାହା ନୁହେଁ ବରଂ ନିଜ ବାଡିରେ ଚାଷ କରି ଏବେ ଭଲ ଦୁଇଟଙ୍କା ରୋଜଗାର ବି କରିପାରୁଛନ୍ତି । ତେବେ ରମଣୀ କୁହନ୍ତି, ଆମେ ସମସ୍ତେ ଚାକିରି ପଛରେ ଧାଉଁଛନ୍ତି । ହେଲେ ଏବେର ସମୟରେ ଚାଷ କରି ଆମେ ନିଜେ ସ୍ୱାବଲମ୍ବୀ ହେବା ସହିତ ଭଲଦୁଇ ପଇସା ରୋଜଗାର କରିପାରିବା ।

 

  • Reported by:
  • BIRAJA DAS