• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାଣ୍ଡବାଜା ଓ ବରଯାତ୍ରୀ ନେଇ କଲେକ୍ଟର ଅଫିସରେ ପହଞ୍ଚିଲେ ୫୦ ଯୁବକ । ମୁଣ୍ଡରେ ପଗଡ଼ି, ମଥାରେ ଚନ୍ଦନ, ବରବେଶ ହୋଇ ଘୋଡ଼ା ପିଠିରେ ବସି ଆସିଥିବା ଏତେ ଯୁବକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅକଲ ଗୁଡ଼ୁମ୍‌ । ମହାରାଷ୍ଟ୍ରର ସୋଲାପୁରରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ଅତି କମରେ ୫୦ ଜଣ ଯୁବକ ବ୍ୟାଣ୍ଡ-ବାଜାଙ୍କ ସହିତ ବିବାହ ପୋଷାକରେ କଲେକ୍ଟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମହାରାଷ୍ଟ୍ରର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ଅସ୍ୱାଭାବିକ ଅନୁପାତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଉଛି ।

ଗତ ବୁଧବାର ଦିନ ଏକ ସ୍ଥାନୀୟ ସଂଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଭଳି ଏକ ଅନନ୍ୟ ଶୋଭାଯାତ୍ରାରେ ଯୋଗ ଦେଇଥିବା ଯୁବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ପ୍ରି-କନସେପ୍ସନ୍ ଓ ପ୍ରି-ନାଟାଲ୍ ଡାଇଗ୍ନୋଷ୍ଟିକ୍ (PCPNDT) ଅଧିନିୟମକୁ କଡାକଡି ଲାଗୁ କରିବାକୁ ଦାବି କରିଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (୨୦୧୯-୨୧) ଅନୁଯାୟୀ ମହାରାଷ୍ଟ୍ରରେ ୧୦୦୦ ପୁରୁଷରେ ୯୨୦ ଜଣ ମହିଳା ଅଛନ୍ତି ।

ଅଧିକ ପଢ଼ନ୍ତୁ: ହାତ ଯୋଡ଼ୁଛି ଜିଲ୍ଲାପାଳ ସାର ! ଘର ଖଣ୍ଡିଏ ଦେଲେ, ଏବେ ସ୍ତ୍ରୀ ବି ଦିଅନ୍ତୁ

ଫଳରେ ବିବାହ କରିବା ପାଇଁ କନ୍ୟା ମିଳୁନାହାନ୍ତି ବୋଲି ଅଭିଯୋଗ ହୋଇଛି । PCPNDT ଆକ୍ଟ ସଠିକ୍ ରୂପେ କାର୍ଯ୍ୟକାରୀ ହୋଇଥିଲେ ସ୍ଥିତି ଅଲଗା ହୋଇଥାନ୍ତା | Pre-Natal Diagnostic Techniques ଅଧିନିୟମ ଅନୁଯାୟୀ ଏହା ଉପରେ ନିଷେଧାଦେଶ ସୱେ ଭ୍ରୁଣର ଲିଙ୍ଗ ପରୀକ୍ଷଣ ହୋଇଛି ।

ଏହି କାର୍ଯ୍ୟକ୍ରମ ଆୟୋଜକ କହିଛନ୍ତି, ଲୋକମାନେ ଏହି ଘଟଣାକୁ ହାଲୁକାରେ ନେଇପାରନ୍ତି । କିନ୍ତୁ ନିରାଟ ସତ୍ୟ ହେଉଛି , ରାଜ୍ୟରେ ବିବାହ ବୟସର ଯୁବକଙ୍କୁ କନ୍ୟା ମିଳୁନାହାନ୍ତି । କନ୍ୟା ଭ୍ରୁଣ ହତ୍ୟା କାରଣରୁ ଏପରି ଭିନ୍ନତା ସୃଷ୍ଟି ହୋଇଥିବା ବେଳେ ଏଥିପାଇଁ ସରକାର ଦାୟୀ ବୋଲି ଅଭିଯୋଗ ହୋଇଛି ।