/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681632308.jpg)
elephant death
ପାଣି ଅଭାବରୁ ହାତୀ ମଲା । ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ବ୍ରାହ୍ମଣୀ ବିଟ ନୂଆଗଡ଼ ସେକ୍ସନରେ ଏକ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ପାଣି ଅଭାବରୁ ହାତୀର ମୃତ୍ୟୁ ହୋଇଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି । ପାଣି ଅଭାବରୁ ହାତୀଟି ୨୦ରୁ ୨୫ ଦିନ ତଳେ ମୃତ୍ୟୁ ବରଣ କରିଥିପା ସୂଚନା ମିଳିଛି ।
ବନ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ହାତୀର ଗଳିତ ଶବକୁ ଠାବ କରାଯାଇଥିଲା । ଏହା ପରେ ବ୍ୟବଚ୍ଛେଦ କରାଯାଇ ହାତୀର ମୃତଦେହକୁ ପୋତି ଦିଆଯାଇଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି । ହାତୀଟିର ବୟସ ଦୁଇରୁ ତିନି ବର୍ଷ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି । ହାତୀ ବହୁ ଦିନ ପୂର୍ବରୁ ପାଣି ଅଭାବରୁ ମରିଥିବାରୁ ହାତୀ ଶରୀରର ବିଭିନ୍ନ ଅଂଶ ନଷ୍ଟ ହୋଇ ଯାଇଥିବା ଚିତ୍ରରୁ ସ୍ପଷ୍ଟ ହୋଇଛି ।
ସୂଚନା ଥାଉ କି ନରସିଂହପୁର ବଡମ୍ବା ବନ ବିଭାଗ ଏବଂ ସାତକୋଶିଆ ଜିଲିଣ୍ଡା ଜଙ୍ଗଲରେ ୨୦ ରୁ ୨୫ ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଣି ଆଉ ଏକ ହାତୀ ମୃତ୍ୟୁ ପ୍ରଶାସନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)