/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695698718.jpg)
Kuakhai River
ରାଜଧାନୀ ଉପକଣ୍ଠ କୁଆଖାଇ ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ପାର୍ବଣ ଋତୁରେ ଏହି ନଦୀ ପଠାରେ ୨୭ ଜଣଙ୍କ ଜୀବନ ଯାଇଛି । ବିଶେଷ କରି ଇଞ୍ଜିନିୟରିଂ ଛାତ୍ର ଓ ଏମବିଏ ଛାତ୍ର ନଦୀରେ ଗାଧୋଇବା ମୃତ୍ୟୁର କାରଣ ହୋଇଥିବା ବେଳେ ନିଶାକୁ ଦାୟୀ କରିଛନ୍ତି ଲୋକେ । ତେବେ କେବଳ ଫଳକ ଲଗାଇ ଦେଇ କମିଶନରେଟ୍ ପୋଲିସ ଚୁପ ବସିଛି । ପାର୍ବଣ ଋତୁରେ ଫଳକ ଲଗେଇବା ସହ ନିୟମିତ ପାଟ୍ରୋଲିଂ ଓ ପୋଲିସ ମୁତୟନ କଲେ ଏହା କମି ପାରିଥାନ୍ତା ବୋଲି ମତପ୍ରକାଶ ପାଇଛି ।
ଫଳକ ଅଛି ହେଲେ କେବଳ ନାମକୁ ମାତ୍ର । ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ବର୍ଷକର ସବୁ ସମୟ ନ ହେଲେ ବି ପାର୍ବଣରେ ଏନେକଙ୍କ ଜୀବନ ହାନି ଘଟୁଛି । ତଥ୍ୟ ଅନସାରେ ଗତ ପାଞ୍ଚ ବର୍ଷ ମଧ୍ୟରେ କେବଳ କୁଆଖାଇ ନଦୀରେ ୫୦ ଜଣଙ୍କ ସଳୀଳ ସମାଦୀ ହେଲାଣି । ଗତ ମେ ମାସ ୨୮ ତାରିଖରେ କୁଆଖାଇରେ ଗାଧେଇବାକୁ ଆସି ୩ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।
ସେହିପରି ୧୧ ଜୁଲାଇ ୨୦୨୩ରେ କୁଆଖାଇ ନଦୀରେ ଦାଧେଇବା ବେଳେ ୪ ଜଣ MBA ଛାକ୍ର ପ୍ରାଣ ହରାଇଥିଲେ । କେବଳ ଏହି ଘଟଣା କାହିଁକି ୨୪ ସେପ୍ଟେମ୍ବର ୨୦୨୩ରେ ପୋଖରୀପୁଟର ପୋଖୋରିରେ ବୁଡି ଦୁଇ ସ୍କୁଲ୍ ଛାତ୍ର ପ୍ରାଣ ହରାଇଛନ୍ତି । ଏହାକୁ ରୋକିବାକୁ ହେଲେ ପୋଲିସ ପାଟ୍ରୋଲିଂ ବଢାଇବା ସହ ଷ୍ଟାଫ ପାର୍ବଣ ରୁତୁରେ ନଦୀ ପଠାରେ ପୋଲିସ ମୁତୟନ କରିବାକୁ ଦାବି ହୋଇଛି ।
କମିଶନରେଟ୍ ପୋଲିସର ତଥ୍ୟ ଅନୁସାରେ ୨୦୨୨ ନଦୀ ବୁଡିରେ ୨୬ ଜଣଙ୍କ ଜୀବନ ଯାଇଛି । ସେହିପରି ୨୦୨୩ ମସିହା ଆରମ୍ଭରୁ ଏ ପର୍ଯ୍ୟନ୍ତ ୨୭ ଜଣଙ୍କ ପ୍ରାଣ ଗଲାଣି । କେତେବେଳେ ସେଲଫି ନେବା ତ କେତେବେଳେ ଭୋଜି କରିବାକୁ ଆସି ଗାଧେଇବା ଏହି ସବୁ ମୃତ୍ୟୁର ମୁଖ୍ୟ କାରଣ । ବିଶେଷ କରି ନିଶା ସେବନ ଯୋଗୁଁ ମେଧାବୀ, ନାବାଳକ ଛାତ୍ର ମାନକ ଜୀବନ ହାନି ବେଶୀ ହୋଇଛି । ଫଳକ ମାରିଦେଲେ ମଧ୍ୟ ଲୋକୋ ଏହାକୁ ବେଖତିର କରୁଥିବା
ଦେଖିବାକୁ ମିଳୁଛି ।
ବିଶ୍ୱକର୍ମା, ଓ ଗଣେଶ ପୂଜା ବିସର୍ଜନ ବେଳେ ଅଘଟଣ ଘଟି ଜଣଙ୍କ ଜୀବନ ଗଲାଣି । ଆଉ ଏହାପରେ ସତର୍କ ହୋଇଛି କମିଶନରେଟ୍ ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)