• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ । ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯିବେ ଓଡ଼ିଆ ଝିଅ ସ୍ୱାତୀ । ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ଆଇୱା ଆମେରିକା ପକ୍ଷରୁ ବୈଜ୍ଞାନିକ ମାନଙ୍କୁ ସେମାନଙ୍କ ନୂତନ କିସମ ଗବେଷଣା ପାଇଁ ପୁରସ୍କୃତ କରୁଥିବାବେଳେ ଏଥିରେ ଓଡ଼ିଆ ଝିଅ ଡ଼ଃ ସ୍ୱାତୀ ନାୟକ ମନୋନୀତ ହୋଇଛନ୍ତି ।

ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି । ୪୦ ବର୍ଷ ବୟସ ମଧ୍ୟରେ କାର୍ଯ୍ୟରତ ବୈଜ୍ଞାନିକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ନୂତନ କିସମ ଧାନ ବିହନ ଗବେଷଣା ପ୍ରଚାର ପ୍ରସାର ଏବଂ ଦୁର୍ଭିକ୍ଷ ଦୂରୀକରଣ ପାଇଁ ତାଙ୍କୁ ଏହି ପୁରସ୍କାର ଆସନ୍ତା ଅକ୍ଟୋବର ୨୦ ତାରିଖରେ ଆମେରିକାରେ ପ୍ରଦାନ କରାଯିବ ।

ତେବେ ଏଭଳି ପୁରସ୍କାର ତାଙ୍କୁ ଖୁସି ଦେଇଥିବାବେଳେ ତାଙ୍କ ପରିବାର ପାଇଁ ମଧ୍ୟ ଏହା ଖୁସି ଆଣି ଦେଇଛି ବୋଲି ତାଙ୍କ ବାପାମାଆ ଏବଂ ଭଉଣୀ କହିଛନ୍ତି ।

  • Reported by:
  • Duti Krushna Pattnaik