/odishatv-khabar/media/post_attachments/uploadimage/library/16_9/16_9_0/death_1698027768.jpg)
death
କାଳ ହେଲା ଗଣ୍ଡରେ ଗାଧୁଆ। ଗୋଡ଼ ଖସି ପ୍ରଖର ସୁଅରେ ଭାସିଗଲେ ଯୁବ ଡାକ୍ତର । ବହୁ ଖୋଜାଖୋଜି ପରେ ମିଳିଲା ତାଙ୍କର ନିସ୍ପନ୍ଦ ଶରୀର। ଏଭଳି ଅଭାବନୀୟ ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁରରେ ।
ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ । ବ୍ରହ୍ମପୁର MKCG ମେଡିକାଲ କଲେଜରେ ପିଜି କରୁଥିଲେ ରାକେଶ । ତାଙ୍କ ସହ ଥିଲେ ଆଉ ଦୁଇ ଜଣ ଡାକ୍ତର ସାଙ୍ଗ ଓ ଜଣେ ଇଞ୍ଜିନିୟର । ହେଲେ ଭୋଜି ଖାଇବା ପରେ ୪ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ, ଗଣ୍ଡରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ଡାକ୍ତର ଜଣକ।
#ଗଣ୍ଡରେ_ବୁଡ଼ି_ଯୁବ_ଡାକ୍ତର_ମୃତ
ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ୩ ଜଣ ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ ...ହେଲେ ସେଠାରେ ଗାଧୋଇବାକୁ ଯାଇ ଆଉ ଫେରିଲେନି..#Odisha#OTVpic.twitter.com/C0RYF0pCfZ— ଓଟିଭି (@otvkhabar) October 23, 2023
ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍ର ମୃତଦେହକୁ ଉଦ୍ଧାର କରିଥିଲା । ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)