Miraculous Incident: ଆଶ୍ଚର୍ଯ୍ୟ ! ମୃତ ରୋଗୀ ବଞ୍ଚିଲେ, ବଞ୍ଚାଇଦେଲା ହମ୍ପସ୍

ମେଡିକାଲରୁ ଆସିବା ବେଳେ କିଛି ବାଟ ଦୂରରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର କରିଥିଲେ ।

ଦଣ୍ଡ ନିମିଷେ ଥିଲେ ପ୍ରାଣ

ରାସ୍ତାରେ ହମ୍ପସ୍ କାରଣରୁ ଲୋକଙ୍କ ମୃତ୍ୟୁ ହୋଇଥିବାର ଖବର ଆପଣ ଶୁଣିଥିବେ । କିନ୍ତୁ ମୃତ ଘୋଷିତ ଜଣେ ବ୍ୟକ୍ତି ହମ୍ପସରେ ଗାଡ଼ି ବାଜିବା ମାତ୍ରେ ହାତ ଗୋଡ ହଲାଇବା ଘଟଣା ହୁଏତ ଆପଣ କେବେ ଶୁଣିନଥିବେ । ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ। ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଆମ୍ୱୁଲାନ୍ସରେ ଯିବା ବେଳେ ନୂଆ ଜୀବନ ପାଇଛନ୍ତି ।

ପାଣ୍ଡୁରଙ୍ଗ ଉଲପେ ନାମକ ଏହି ବ୍ୟକ୍ତିଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଥିବାର ଚିକିତ୍ସା କରୁଥିବା ଡାକ୍ତର ଘୋଷଣା କରିଥିଲେ । ଏହା ପରେ ତାଙ୍କ ସଂପର୍କୀୟମାନେ କାନ୍ଦି କାନ୍ଦି ତାଙ୍କୁ ଘରକୁ ଏକ ଆମ୍ୱୁଲାନ୍ସରେ ନେଉଥିଲେ । ଡାକ୍ତର ମୃତ ଘୋଷଣା କରଥିବାରୁ ମରଶରୀର ନେବା ଭଳି ତାଙ୍କୁ ନିଆଯାଉଥିଲା । ତାଙ୍କ ପାଖରେ ତାଙ୍କ ପତ୍ନୀ ଥିଲେ । ମେଡିକାଲରୁ ଆସିବା ବେଳେ କିଛି ବାଟ ଗଲା ପରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର କରିଥିଲେ ।

ଅଧିକ ପଢନ୍ତୁ:ଗଞ୍ଜେଇ ମାଫିଆଙ୍କ ଗୁଣ୍ଡାଗର୍ଦ୍ଦି; ପୋଲିସକୁ ଗାଡ଼ି ମଡ଼ାଇ ଛୁ’ ମାରିଲେ

ଏହା ପରେ ତୁରନ୍ତ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିଲା । ପ୍ରାୟ ୧୦ ଦିନ ପରେ ତାଙ୍କର ହାର୍ଟ ସର୍ଜରୀ ବା ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଏହି ବ୍ୟକ୍ତି ଜଣକ ଏବେ ନୂଆ ଜୀବନ ପାଇ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ।

ଉଲପେ ହେଉଛନ୍ତି ଭଗବାନ ବିଠଲଙ୍କର ଜଣେ ଭକ୍ତ । ସେ କୁହନ୍ତି, ମୁଁ ଚାଲି ଚାଲି ଆସି ଘରେ ବସିଥିଲି । ଭଲ ନଲାଗିବାରୁ ଚା’ ପିଉଥିଲି । ଏହାପରେ ମୁଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲି । ମୋତେ ବାନ୍ତି ଲାଗିଲା । ୱାଶରୁମକୁ ଯାଇ ବାନ୍ତି କଲି । ତା’ ପରେ କଣ ହେଲା, ମୁଁ ଆଉ କିଛି ଜାଣିନି । ଏପରିକି ମତେ କିଏ ହସ୍ପିଟାଲକୁ ନେଇଥିଲେ, ମୁଁ ବି ଜାଣିନି ।

ଉଲପେ କିଛି ଜାଣିପାରିନଥିଲେ । ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ । ପରେ ତାଙ୍କ ମୃତ ଘୋଷଣା କରାଯାଇଥିଲା । ଘର ଲୋକମାନେ ତାଙ୍କୁ ଦାହ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ । ଠିକ୍ ଏତିକି ବେଳେ ଗୋଟିଏ ହମ୍ପସ ନିକଟରେ ଜଣାପଡିଥିଲା ସେ ବଞ୍ଚିଛନ୍ତି ବୋଲି । ସବୁ କିଛି ଭଗବାନଙ୍କ ଲୀଳା ବୋଲି କହୁଛନ୍ତି ପରିବାର ଲୋକ ।

ଅଧିକ ପଢନ୍ତୁ: Anand Mahindra’s Gulistan: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା