Advertisment

ଅଭାବନୀୟ: ଏମିତି ନିଶା ! ଅପରେସନ ଛାଡ଼ି OTରେ ଶୋଇପଡ଼ିଲେ ଡାକ୍ତର

ଏହି ରିଅଲ ଲାଇଫ୍‌ର କବୀର ସିଂହ ହେଲେ ବାଳକ୍ରୀଷ୍ଣ । ସେ ଅପରେସନ୍‌ ଥିଏଟରରେ ଅପରେସନ୍‌ କରିବାକୁ ଯାଇ ଶୋଇପଡ଼ିଲେ । ଯାହାକି ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Drunk doctor at Chikkamagaluru hospital collapses in operation theatre

Drunk doctor at Chikkamagaluru hospital collapses in operation theatre

ରିଲ ନୁହେଁ ରିଅଲ ଲାଇଫ୍‌ରେ ବଲିଉଡ୍‌ର କବୀର ସିଂହ । ଆପଣ ବଲିଉଡ୍‌ର ବ୍ଲକ୍‌ ବଷ୍ଟର ଫିଲ୍ମ କବୀର ସିଂହ ନିଶ୍ଚୟ ଦେଖିଥିବେ । ସେଥିରେ ସାହିଦ କାପୁରଙ୍କ ଦମ୍‌ଦାର ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଛି । ସାହିଦଙ୍କ ଅଭିନୟ ଏବେ ବି ଦର୍ଶକଙ୍କ ମନରେ ଛାପି ହୋଇ ରହିଛି । ସେହି ରିଲ୍‌ ଲାଇଫ୍‌ କବୀର ସିଂହଙ୍କୁ ତ ଆପଣ ଦେଖିଛନ୍ତି । ଏବେ ଆମେ ଆପଣଙ୍କୁ ଠିକ୍‌ ସେମିତି ଜଣେ କବୀର ସିଂହଙ୍କ ବିଷୟରେ କହିବୁ । ଯିଏ ରିଲ୍‌ ନୁହେଁ ରିଅଲ୍‌ରେ କବୀର ସିଂହଙ୍କ ଭଳି...

Advertisment

ଏହି ରିଅଲ ଲାଇଫ୍‌ର କବୀର ସିଂହ ହେଲେ ବାଳକ୍ରୀଷ୍ଣ । ସେ ଅପରେସନ୍‌ ଥିଏଟରରେ ଅପରେସନ୍‌ କରିବାକୁ ଯାଇ ଶୋଇପଡ଼ିଲେ । ଯାହାକି ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମରେ ସାହିଦ କାପୁର ମଦ୍ୟପାନ କରି OTରେ ପଶିବା ଭଳି, ସେ ମଧ୍ୟ OTକୁ ମଦ୍ୟପାନ କରି ପ୍ରବେଶ କରିଥିଲେ । ରୋଗୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ରୋଗୀଙ୍କ ପରିବାର ଲୋକ ଉକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନେ ଡାକ୍ତରଙ୍କ ଉପରେ ପୁରା ଖପ୍ପା ହୋଇ ରହିଛନ୍ତି । ଜଣେ ଡାକ୍ତର ଏଭଳି ବେପରୁଆ କେମିତି ହୋଇପାରିବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ।

ଅପରେସନ୍‌ ଥିଏଟରରେ ଜଣେ ରୋଗୀଙ୍କୁ ସାକାଳ ୮ଟାରୁ ଆନେସ୍ଥେସିଆ ଦିଆଯାଇ ରଖାଯାଇଥିଲା । ତାଙ୍କJ ବିଭିନ୍ନ ସର୍ଜରୀ ପାଇଁ ଡାକ୍ତର ଅପରେସନ୍‌ ଥିଏଟର ଭିତରକୁ ଯାଇଥିଲେ । ଦିନ ଦୁଇଟାରେ ଅପରେସନ୍‌ କରାଯିବା ନେଇ ସ୍ଥିର ହୋଇଥିଲା । ହେଲେ ସେଠାରେ ଡାକ୍ତର ବାଳକ୍ରୀଷ୍ଣ ପହଞ୍ଚିବା ପରେ, ସେ ଅପରେସନ୍‌ କରିବେ କ’ଣ ନିଦରେ ଶୋଇପଡ଼ିଲେ । ଏମିତିକି ଦୀର୍ଘ ସମୟ ଧରି ସେ ସେଠାରେ ନିଦରେ ଶୋଇପଡ଼ିଥିବା ନେଇ ରୋଗୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

Advertisment

ଏହି ଘଟଣା କର୍ଣ୍ଣାଟକର ଚିକ୍କାମାଗୁଲୁରୁର ଏକ ହସ୍ପିଟାଲରେ ଘଟିଥିବା ଜଣାପଡ଼ିଛି । ସେହିଦିନ ହସ୍ପିଟାଲରେ ପ୍ରାୟ ୯ ଜଣ ମହିଳା ରୋଗୀଙ୍କର ସ୍ଟେରିଲାଇଜେସନ୍‌ ସର୍ଜରୀ ହେବାର ଥିଲା । ଆଉ ସେହି ସମସ୍ତ ସର୍ଜରୀ ଡାକ୍ତର ବାଳକ୍ରୀଷ୍ଣ ହିଁ କରିବାର ଥିଲା । କିନ୍ତୁ ସେ OTରେ ଶୋଇପଡ଼ିବାରୁ ସେହି ଅପରେସନ୍‌ ହୋଇପାରିଲା ନାହିଁ ।  

ସବୁଠାରୁ ବଡ଼ କଥା ହେଲା, ଏଭଳି ଘଟଣା ଏହି ଡାକ୍ତରଙ୍କ କ୍ଷେତ୍ରରେ ପ୍ରଥମ ନୁହେଁ । ସେ ବାରମ୍ବାର ଏଭଳି ଆଚରଣ ଦେଖାଇଥିବା ନେଇ ତାଙ୍କର ରେକର୍ଡ କହୁଛି ।

Advertisment
Advertisment