/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688650987.jpg)
Devotees rush to temple
କ୍ଷୀର ପିଉଛି ପଥର ବୃଷଭ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଆଉ ଏହି ଖବର ପ୍ରଚାରିତ ହେବାପରେ ଏମିତି ଦୃଶ୍ୟ ଦେଖିବାକୁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଗୁଡ଼ପାଳଗାଁକୁ ଏବେ ଲୋକଙ୍କ ସୁଅ ଛୁଟୁଛି । କାରଣ ଏଠାରେ ଗଛ ମୂଳରେ ପୂଜା ପାଉଥିବା ଶିବଙ୍କ ପାଖରେ ଥିବା ପଥର ନିର୍ମିତ ବୃଷଭ ବା ଷଣ୍ଢ ପାଣି ପିଉଛି ।
ଏଠାରେ ଏକ ଗଛ ମୂଳରେ ପୂଜା ପାଉଛନ୍ତି ମହାଦେବ । ପାଖରେ ରହିଛି ଏକ ପଥର ନିର୍ମିତ ବୃଷଭ । ସନ୍ଧ୍ୟା ସମୟରେ ପୂଜା କରୁଥିବା ଜଣେ ମହିଳା ପଥର ବୃଷଭ ନିକଟରେ ଆଞ୍ଜୁଳିରେ ପାଣି ଦେଇଥିଲେ । ଆଉ କିଛି ସମୟ ମଧ୍ୟରେ ପାଣି ସରି ଯାଇଥିଲା । ଏହି ଖବର ଗାଁଲୋକ ଜାଣିବା ପରେ ଲୋକେ ଭିଡ଼ ଜମାଇଥିଲେ । ଅନେକ ଲୋକେ ଏହି ଘଟଣାକୁ ଐଶ୍ୱରୀକ ବୋଲି ଭାବିଲେଣି । ଦୂରଦୁରାନ୍ତରୁ ଲୋକ ଗୁଡ଼ପାଳଗାଁକୁ ଯାଉଛନ୍ତି ।
ଲୋକେ କ୍ଷୀର ଓ ପାଣି ନେଇ ପଥର ବୃଷଭଙ୍କ ମୁହଁରେ ରଖୁଛନ୍ତି । ତେବେ କିଛି ସମୟ ମଧ୍ୟରେ କ୍ଷୀର ସବୁ ଚାମଚରୁ ସରିଯାଉଥିବା ଦେଖିବା ପାଇଁ ମିଳୁଛି । ଏଠାରେ ଏକ ମନ୍ଦିର ପ୍ରତିଷ୍ଠାପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଲେଣି । ଏହି ଘଟଣା ପଛର କାରଣ ଅଲୌକିକ ହେଉ କି କୌଣସି ବୈଜ୍ଞାନିକ କାରଣ , ଲୋକଙ୍କ ମନରେ ବିଶ୍ୱାସ ହେଲାଣି ଯେ ଏଠାରେ ଠାକୁର ବିଦ୍ୟମାନ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)