• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ଡେଙ୍ଗୁ ପଜିଟିଭ୍ । ସାରା ରାଜ୍ୟରେ ଯେତିକି ଡେଙ୍ଗୁ ରୋଗୀ ବାହାରୁଛନ୍ତି ସେଥି ମଧ୍ୟରୁ ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି ୬୦ ପ୍ରତିଶତ ରୋଗୀ । ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର।

ହସ୍ପିଟାଲରେ ପ୍ରତିଦିନ ୩୦୦ରୁ ୪୦୦ ଲୋକଙ୍କ ଡେଙ୍ଗୁ ପରୀକ୍ଷା ହେଉଛି । ୧୦ରୁ ୧୨ ଜଣ ଆଡ଼ମିଶନ ହେଉଛନ୍ତି । ଏବେ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ ସ୍ୱତନ୍ତ୍ର ବେଡ୍ ଥିବାବେଳେ ୪୮ ଜଣ ଆଡମିଟ୍ ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ୮ରୁ ୯ ଜଣଙ୍କ ବ୍ଲଡ୍ ପ୍ଲେଟଲେଟ୍ ଲାଗୁଛି । ଲୋକେ ସଚେତନ ନହେଲେ ଆଗକୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ।...

ସେପଟେ ରାଜଧାନୀରୁ ଡେଙ୍ଗୁ ବଂଶ ନିପାତ ଲାଗି ଆପଣେଇଛି ସ୍ୱତନ୍ତ୍ର ରଣନୀତି BMC । ଗତବର୍ଷ ପରି ଏଥର ମଧ୍ୟ ଡ୍ରୋନ୍ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଏମସିରେ ଥିବା ଅପହଞ୍ଚ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ଔଷଧ ସ୍ପ୍ରେ କରାଯିବ।