special story
ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ବେଳେ ବେଳେ ଝଗଡ଼ା ଉଗ୍ରରୂପ ମଧ୍ୟ ଧାରଣ କରିଥାଏ । ହେଲେ ସାମାନ୍ୟ କଳି ପାଇଁ ବାପାମା’ ଏପରି କାଣ୍ଡ କରିଛନ୍ତି, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ରାତି ଅନ୍ଧାରରେ ଝଗଡ଼ା ହେବାରୁ ରାସ୍ତାରେ ଛୁଆକୁ ଛାଡି ଛୁ ମାରିଛନ୍ତି ଜନ୍ମକଲା ବାପାମା’ । ପାରିବାରିକ ଝଗଡାରେ ବଳି ପଡ଼ିଛି ବିଚରା ନାବାଳକ । ସୋର ଥାନା ନାୟକ ଛକରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ।
ଅଧିକ ପଢ଼ନ୍ତୁ: ଟିକେଟ କରିବାକୁ ପଡ଼ିବ ବୋଲି ଛୁଆକୁ ବିମାନବନ୍ଦରରେ ଛାଡ଼ି ଚାଲିଗଲେ ବାପା-ମାଆ !
ବାଲେଶ୍ୱର ଜିଲ୍ଲା ସୋର ବଜାରରେ ଗତକାଲି ବିଳମ୍ବିତ ରାତିରେ ନିଜ କୁନି ପୁଅକୁ ଛାଡି ଚାଲିଯାଇଛନ୍ତି ବାପାମା’ । ନାବାଳକର ବାପା ମାଆ ଦୁହେଁ ଗାଡ଼ିରେ ଯାଉଥିବା ବେଳେ ଉଭୟଙ୍କର ପାଟିତୁଣ୍ଡ ହୋଇଥିଲା । ପରେ ପିଲାଟିର ବାପା ରାଗରେ ଜରଜର ହୋଇ ସ୍ତ୍ରୀ ଓ ପୁଅକୁ ଛାଡି ଚାଲିଯାଇଥିଲେ । କିଛି ସମୟ ପରେ ମା’ ମଧ୍ୟ ବାଇକରେ ଅନ୍ୟ ଜଣେ ଯୁବକଙ୍କ ସହିତ ପଳାଇଯାଇଥିଲେ, ଆଉ ପିଲା କଥା ଭୁଲିଯାଇଥିଲା ।
ପିଲାଟି ରାତି ଅନ୍ଧାରରେ ସେହି ଜାଗାରେ ବାପା ମା’ଙ୍କ ବାଟକୁ ଚାହିଁ ରହିଥିଲା । ପରେ ନାବାଳକ ଜଣକ ବଜାରରେ ଏଣେତେଣେ ବୁଲୁଥିବା ଦେଖି ପୋଲିସ ଉଦ୍ଧାର କରିଛି । ନାବାଳକର ବୟସ ପାଖାପାଖି ଆଠ ବର୍ଷ ହେବ । ସେ ତାର ନାମ ଜ୍ୟୋତିରଞ୍ଜନ ମଳିକ କହୁଥିବା ବେଳେ ବାପା ନାମ କାଳିଆ ମଳିକ କହୁଛି । କିନ୍ତୁ ଗାଁର ନାମ କହିପାରୁନାହିଁ । ତେଣୁ ପୋଲିସ ପିଲାଟିକୁ ଖଇରା ଚାଇଲଡଲାଇନକୁ ହସ୍ତାନ୍ତର କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679385198.jpg)